STORYMIRROR

Bijaya kumar panda

Others

3  

Bijaya kumar panda

Others

ମାଆର ମମତା

ମାଆର ମମତା

1 min
191

ମାଆର କରୁଣା ଆମର ଭରସା ତୁମେ ସ୍ନେହମୟୀ ସୁଧା

ତୁମର ସେ ଖାଦ୍ୟ ମୋର ନୈବେଦ୍ୟ ଶରୀର ହୋଇଛି ଗଢା।


ତୋର ପଣତ ଶ୍ରୀମନ୍ଦିର ନେତ ସରଗ ଠୁଁ ବଡ଼ ତୁମ ମହିମା

ଶିକ୍ଷା ଦୀକ୍ଷା ଗୁରୁ ପ୍ରଥମେ ହେଲ ଅନ୍ତରେ ସଂସ୍କାର ମୋ ଭରିଲା

ସ୍ନେହ ମମତାର ଅଭାବ ନାହିଁ ହୃଦୟରେ ଆଙ୍କେ ଚନ୍ଦନ ଚିତା

ତୁମରି ଆଶିଷ ମୋର ସାହସ ସବୁ ବାଧା ବିଘ୍ନ ହୁଏତ ଉଭା।


ତୁମେ ହିଁ ବସୁଧା ତୁମେ ଯଶୋଦା ସହିଛ ମୋର କେତେ ଯାତନା

ଲୁହ ପୋଛି ପୋଛି ହସ ଭରିଛି ଦେଇକି ପାରିବି ସେ ପାଉଣା।

ବକ୍ଷ ବିଦାରି ଅମୃତ ଦେଇଛ ମୃତ୍ୟୁ ସଞ୍ଜିବନୀ ମୋ ପାଇଁ ପରା

ରୋଗରେ ପଡ଼ିଲେ ପାଖେ ପାଖେ ଥାଇ କେତେ କରୁଥାଅ ସେବା।


କେତେ ଯେ ଗୋଇଠା କେତେ ଯେ କଷଣ ଉଦରେ ମୋ ଯାତନା ଥିଲା

କେତେ ଉଷା ବ୍ରତ ମାନସିକ କରି ସ୍ନେହ ପ୍ରେମ ଭରେ ଆଙ୍କିଛ ଚୁମା।

ଅଝଟ ମୁଁ କଲେ ଯାଦୁକରୀ ଭଳି ମୋ ପାଖେ ହୋଇଛ ଛିଡ଼ା

ପେଟେ ଓଦାକନା ଆଖି ଲୁହ ପିଇ ମୋ ପାଟିରେ ଦେଲେ ଦାନା।


ତୁମରି ସଂସ୍କାର ଭରିଛି ଏ ପିଣ୍ଡେ ଦାନ ଧର୍ମ ଜୀବେଦୟା

ଆଜି ମୁଁ ଜାଣୁଛି ତୁମେ ହିଁ ବୈକୁଣ୍ଠ ତୁମ ସମ କେହି ନାହିଁ ଗୋ ମାଆ।

ପୁଅ ଝିଅ ପରି ତାଙ୍କୁ ସ୍ନେହ କରି ସବୁ ବିପଦରୁ ପାରି ହୋଇବା

କାଳିଆ ସାଆନ୍ତ ରଖ ତାଙ୍କୁ ଭଲେ ହେଉଛି ତୁମକୁ ମୁଁ ନେହୁରା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍