STORYMIRROR

CHARUBALA PADHI

Others

5.0  

CHARUBALA PADHI

Others

ମାଆ

ମାଆ

1 min
23.7K

ଆରକ୍ତ ଅଧରୁ ଝରିପଡେ ଯାର

ସ୍ନେହ ବୋଳା ମିଠା କଥା,

ମୁହଁ ଦେଖିଦେଲେ ବାରିପାରେ ଯିଏ

ମୋ ଭୋକିଲା ପେଟର ବ୍ୟଥା।

ହୃଦୟ ଯାହାର କମ୍ପିଉଠେ ତୀବ୍ରେ

ମୋ ଆଖିରେ ଦେଖି ଲୋତକ,

ଛାତିରୁ ଯାହାର ଖସଇ ଅତଡ଼ା

ଦେଖିଦେଲେ ଶୁଖା ମୁଖ।

ସ୍ନେହ କରୁଣାର ପୀୟୂଷ କଣିକା

ସିଞ୍ଚି ପ୍ରାଣରେ ମୋହର,

ସବୁ ବିପଦରୁ ସୁରକ୍ଷା ଦିଏ ସେ

ଘୋଡ଼ାଇ ପଣତ ତାର।

ଅନ୍ତର ବେଦନା ଲୁଚାଇ ଛାତିରେ

ମୁଖେ ହସ ଉକୁଟାଏ,

ତା ସରଗ ସମାନ କୋଳର ପରଶେ

ମୋ ସବୁ ଦୁଃଖ ଦୂରହୁଏ।

ଭାଷା ପାଏନାହିଁ, ଶବ୍ଦ ପାଏନାହିଁ

କି ବର୍ଣ୍ଣିବି ତୋତେ " ମାଆ"

ତୋ କଥା ଲେଖିବା ପରେ ହିଁ ଭାବୁଛି

ଶବ୍ଦହୀନ ଏ ଦୁନିଆ।

ତୋଠୁ ଆରମ୍ଭ, ତୋଠାରେ ଶେଷ

ମୋର ଏ ଜୀବନ ନାଆ।

ତୋ ମମତାର ସ୍ପର୍ଶେ ବଞ୍ଚିଛି 'ମା'ଲୋ

ତୁ ହି ମୋ ଦୁନିଆ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍