ମାଆ
ମାଆ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
*******
ମାଆର ସେନେହ ମାଆର ମମତା
କିଏସେ କରିବ ମୂଲ
କୋଟି ହୀରା ଲୀଳା ନୁହେଁ ସମସରି
ସିଏତ ଅମୂଲ ମୂଲ ॥
ସନ୍ତାନ ଆଖିରେ ଦେଖିଲେ ସେ ଲୁହ
ତା ଚକ୍ଷୁ ଝରଇ ଲହୁ
ସନ୍ତାନ ଲାଗିହିଁ ପ୍ରାଣ କାନ୍ଦେ ତାର
ତାବିନୁ ନାହିଁ କେ ଆଉ ॥
ବାତ୍ସଲ୍ୟ ମମତା କେତେ ଯେ ମଧୁର
ତାକୁତ କେବଳ ଜଣା
ସନ୍ତାନ ହୋଇ ନବୁଝି ପାରିଲେ
ଲୋକରେ ହେବାକି ଗଣା ॥
ଯାଇଥିଲେ ଦୂରେ ଫେରିବା ପଥକୁ
ଚାହିଁଥାଏ ସିଏ ରହି
ବରସା ପାଇଁକି ଚାତକ ଯେସନ
ଆକାଶକୁ ଥାଏ ଚାହିଁ ॥
ଛାତିକି ପଥର କରିଦେଇ ସିଏ
ଅଳି ଅଝଟକୁ ସହେ ॥
ରାଗ ଅଭିମାନେ ରୁଷ୍ଟ ଥିଲେ ଆମେ
ଖାଇବାକୁ ପୁଣି କହେ ॥
ମାଆର ଋଣ କେ ପାରିବ ବା ସୁଝି
ଚକ୍ରବୃଦ୍ଧି କଳନ୍ତର
ରହିବ ଅସୁଝା ଯେତେ କଲେ ମଧ୍ୟ
ସେବା ଭକ୍ତି ନିରନ୍ତର ॥
ଦଶମାସ କାଳ ଗର୍ଭରେ ଧରିଣ
ଜନମ ଦେଇଛି ଯିଏ
ସେହିତ ଜନନୀ ସେହି ଆମ ମାଆ
ତା ଋଣ ସୁଝିବ କିଏ ॥
ମାଆର ଆଶିଷ ଚଲାପଥେ ପୁଷ୍ପ
ସିଏତ ମଙ୍ଗଳମୟୀ
ତାହାରି ସେବାରେ ମନପ୍ରାଣଦେଲେ
ହେବାସିନା କାଳଜୟୀ ॥
(ସଦାନନ୍ଦ ପ୍ରତିହାରୀ)
୩୧-୦୮-୨୦୧୮