STORYMIRROR

Anam Charan Sahoo

Others

3  

Anam Charan Sahoo

Others

ମାଆ

ମାଆ

1 min
210


ସବୁଠୁ ସୁନ୍ଦର ସଦା ସୁରକ୍ଷିତଧ

ଶିଶୁ ପାଇଁ ମାଆ କୋଳ

ତା ଲାଗି ଝୁଲଣା ଜୀବନ ପ୍ରେରଣା

ଶୈଶବରୁ ବୃଦ୍ଧ କାଳ ।

ମା' ପାଦେ ସରଗ ଦେବତା ଆସ୍ଥାନ

ଶତ ତୀର୍ଥ ପୟ ନୀର

ବିପଦ ଆପଦ ଯେତେ ଝଞ୍ଜା ଝଡ

ହୋଇଥାଏ କ୍ଷଣେ ଦୂର ।

ନୟନର ତାରା ତା ରଙ୍କ ପାଶୋରା

ବୃଦ୍ଧ କାଳ ଆଶା ବାଡି

ଚରଣେ ଭକତି ଆଣେ ଅଗ୍ରଗତି

ଅଲକ୍ଷ୍ମୀ ଯାଆନ୍ତି ଛାଡି ।

ମାଆର ପଣତ ଆଶୀର୍ବାଦ ଛାତ

ଭରଷାରୂପି ମନ୍ଦିର

ମିଳଇ ଅଭୟ କଟିଯାଏ ଭୟ

ଜଗତେ ସଦା ସୁନ୍ଦର ।

ମାଆ ସନ୍ତାନର ସେନେହ ବନ୍ଧନ

ସଂସାରେ ଶକତିଶାଳୀ

ତୁଟାଇ ଦେବାର କ୍ଷମତା କାହାର

କେ ଅଛିକି ବଳଶାଳୀ ।


Rate this content
Log in