STORYMIRROR

Puspanjali Panda

Others

3.0  

Puspanjali Panda

Others

ମାଆ

ମାଆ

1 min
15


ବିପଦ ବେଳରେ ସାହା ଏକା ମାଆ

ସମ୍ପଦରେ ଥାଏ ମାଆ

ମାଆର କରୁଣା ହୋଇଗଲ ଉଣା

ସଂସାରେ ଲାଗଇ ନିଆଁ

ଜୀବନର ଯୁଦ୍ଧ ଲଢିବା ପାଇଁ କି

ମାଆର ଆଶୀଷ ମୂଳ

କଲ୍ୟାଣମୟୀ କଲ୍ୟାଣ କରିଲେ

ଲଣ୍ଡା ଗଛେ ଫଳେ ଫୁଲ

ମାଆର ଶରଣ ଯାରେ ମୂଢ଼ମନ

ଶରଣାଗତ ହୋଇବୁ

ଦୁଃଖ ଅଭାବ କଟିଯିବ ତୋର

ସବୁଠି ଜୟ ପାଇବୁ


Rate this content
Log in