STORYMIRROR

Priyaranjan Biswal

Others

4  

Priyaranjan Biswal

Others

ମାଆ

ମାଆ

1 min
104


ସ୍ୱର୍ଗ ରାଇଜର   ପରୀଟିଏ ପରି

ମାଆକୁ ଗଢିଲେ ନରହରି।

ମାଆ କୋଳ ଦୂର   କରେ ସବୁ କଷ୍ଟ

ମାଆ ସ୍ପର୍ଶ ଅଟେ ଚମତ୍କାରୀ।।


ମାଆ ପୁଣି ସଦା   ଅଟେ ସ୍ନେହମୟୀ

ପ୍ରେମ ଓ କରୁଣା ଦିଏ ଢାଳି।

ସନ୍ତାନର ସୁଖ   ସୁବିଧା ପାଇଁକି

ନିଜକୁ ଦିଏ ସେ ଜଳାଞ୍ଜଳି।।


ମନ୍ଦ ବାଟେ ଗଲେ   ଭଲ ପଥେ ସିଏ

ଫେରେଇ ଆଣେଯେ ହାତ ଧରି।

ବିପଦ ଆସିଲେ   ମାଆ କୋଳେ ଯାଇ

ଲୁଚିଯାଏ ମୁଁହିଁ ଡରିଡରି।।


ମାଆ ଠାରୁ ଆଉ   ବଡ ବନ୍ଧୁ କିଏ

ଏ ଦୁନିଆରେ କୁହ ମିଳିବ?

ସବୁ ପରିସ୍ଥିତି   ସବୁ ସମୟରେ

ଆମ ମୁଁହେଁ ହସ ସେ ଭରିବ?


କଷ୍ଟକୁ ଲୁଚାଇ   ସୁଖ ବାଣ୍ଟୁଥାଏ

ନିଜେ ସିଏ ସବୁ ଦୁଃଖ ସହି।

ମାଆପରି ଏହି   ଜଗତରେ ଆନ

ଆଉ ଜଣେ ହେଲେ କେହି ନାହିଁ।।


ତାର ପାଦ ପଦ୍ମେ   କୋଟିଏ ପ୍ରଣାମ

ଅସରନ୍ତି ହେଉ ତାର ଆୟୁ।

ତାହାରି ଓଠରେ   ମଲ୍ଲୀଫୁଲ ହସ

ସବୁଦିନ ଭରି ରହିଥାଉ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍