STORYMIRROR

Suresh chandra Padhy

Others

4  

Suresh chandra Padhy

Others

ମାଆ ସରସ୍ବତୀ

ମାଆ ସରସ୍ବତୀ

1 min
287


ଜୟ ଜୟ ସରସ୍ଵତୀ ବିଦ୍ୟା ପ୍ରଦାୟିନି

ମୋ କଣ୍ଠେ ବସି ଥାଅ ଏତିକି ମାଗୁଣୀ

ତୋର ଦୟା ହେଲେ ମାଲୋ ସବୁ ତ ଲେଖିବି

ତୁ କୃପା କଲେ ମାଲୋ ଜଗତକୁ ଜାଣିବି

ମୁଁ ଏକ ଅଧମ ଅକିଞ୍ଚନ ତୋହର

ମାଗୁଛି ତୋ କରୁଣା ହାତ ପାତି ମୋର

ହଂସ ବାହନରେ ମାଲୋ ବସି ଅଛୁ ତୁହି

ତୋ ବିନା କାହାର ଜ୍ଞାନ ନ ହୁଅଇ

ତୁ ବୀଣା ନାଦ କଲେ ଶବ୍ଦ ଜାତ ହୁଏ

ମୁକ ବି ତୁଣ୍ଡରେ କଥାକୁ କୁହେ

ସତ୍ତ୍ଵ ଗୁଣରେ ମାଆ ତୁହି ତ ରହିଛୁ

ଶ୍ୱେତ ପଦ୍ମାସନେ ମାଆ ବିରାଜିତ

ହୋଇଛୁ

କେବେ ତୋ ଦୟାକୁ କରିବୁନି ଉଣା

ତୋ ବିନା ମାଲୋ ହେବି ବାଟବଣା

ସତ୍ୟ ପଥକୁ ମାଆ ଦେଖାଇବୁ ମୋତେ

ତୁଣ୍ଡେ ତୋ ଗୁଣ ଗାଇ ଡାକୁଥିବି ତୋତେ

ତୋ ଚରଣେ ମୋର ରହିଥାଉ ଭକତି

ଲେଖିବାକୁ ଦେବୁ ମାଆ ତୁହି ଏକା ଶକତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍