STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Others

4  

ପ୍ରିୟଦର୍ଶିନୀ ମହାନ୍ତି

Others

ମାଆ ର ସ୍ପର୍ଶ

ମାଆ ର ସ୍ପର୍ଶ

1 min
261


ମା' ସ୍ପର୍ଶରେ ଥାଏ କେଜାଣି କି ଯାଦୁ 

ହୋଇଯାଏ ମନ୍ତ୍ରମୁଗ୍ଧ,

ସବୁରି ରୋଗର ଉପଚାର ଜାଣେ

ହାତ ତା' ଅବ୍ୟର୍ଥ ଔଷଧ।


ମରମର କଥା ମରମେ ରଖଇ

ଭୁଲି ନିଜ ଦୁଃଖ କଷ୍ଟ,

ଚଳନ୍ତି ଠାକୁର ହୋଇ ମଧ୍ୟ ସିଏ

ଚିହ୍ନାଏ କିଏ ସେ ଇଷ୍ଟ।


ଜୀବନ ରାସ୍ତାର କଷଟି ପଥରେ

ଚାଲିବାକୁ ଦିଏ ଶିକ୍ଷା,

ମାଆ ପରଶର ନାହିଁ ଯେ ବିକଳ୍ପ

ପଣତ କରେ ସୁରକ୍ଷା।


ଅନ୍ଧାରି ଗର୍ଭରୁ ଆଲୋକକୁ ଆଣି

ଦେଖାଏ ଉଚିତ ବାଟ,

ଅମଡା ବାଟରେ ପାଦ ଥାପିଦେଲେ

ଦେଖାଏ ସ୍ନେହର ଛାଟ।


ବୈଜ୍ଞାନିକ ନୁହେଁ ତଥାପି କରେ ସେ

ସର୍ବଶ୍ରେଷ୍ଠ ଆବିଷ୍କାର,

ମୋ ମାଆ ମୋ ପାଇଁ ସୃଷ୍ଟିର କାରକ

ବ୍ରହ୍ମା, ବିଷ୍ଣୁ ମହେଶ୍ୱର।








ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍