Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ansuman Swain

Others

3  

Ansuman Swain

Others

ମା'ତାରିଣୀ

ମା'ତାରିଣୀ

1 min
196


ଶ୍ରଦ୍ଧାର ପୁଷ୍ପ ମୁଁ ଦେଲି ଦୁଃଖହାରିଣୀ

        ବୁଦ୍ଧି, ଜ୍ଞାନ ଦିଅ ମୋତେ ମା'ତାରିଣୀ

ସନ୍ଧ୍ୟା ଦୀପ ଜଳାଇଲି

            ଘଟଗାଆଁ ରାଣୀ

ସବୁ ଜନ୍ମେ ହୋଇ ରୁହ

             ମୋର ଜନନୀ ।


ମାଟି ଘୋଡା ଟେକି ଦେଲି

           ବିପଦଭଞ୍ଜନୀ

ସୁଖେ ,ଦୁଃଖ ସାହା ହୁଅ

           ଘଟଗାଆଁବାସିନୀ ।


ଶ୍ରଦ୍ଧାର ପୁଷ୍ପ ମୁଁ ଦେଲି ଦୁଖଃ ହାରିଣୀ

          ବୁଦ୍ଧି, ଜ୍ଞାନ ଦିଅ ମୋତେ ମା'ତାରିଣୀ.....


ଅଙ୍ଗେ ତୋର ଛାଇ ଦେଲି

             ପାଟ ଓଢଣୀ  

ଯାତ୍ରା ବେଳେ ସାହା ହୁଅ

        ମନ୍ଦାର ରାଣୀ ।


ନଡ଼ିଆ ମୁଁ ଟେକି ଦେଲି 

      ନଡ଼ିଆ ରଙ୍କୁଣୀ    

ତୋର କୃପା ସଦା ଥାଉ

      ଝଙ୍କଡ଼ବାସିନୀ ।

ଶ୍ରଦ୍ଧାର ପୁଷ୍ପ ମୁଁ ଦେଲି ଦୁଃଖହାରିଣୀ

        ବୁଦ୍ଧି, ଜ୍ଞାନ ଦିଅ ମୋତେ ମା'ତାରିଣୀ......



Rate this content
Log in