Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Rashmita Panigrahi

Others

3  

Rashmita Panigrahi

Others

ମା କାନ୍ଦୁଅଛି

ମା କାନ୍ଦୁଅଛି

1 min
12



ମାଆ କାନ୍ଦୁଅଛି 

ତା ମୁହଁ ଲୁଚାଇ 

ସନ୍ତାନ ଦୁଃଖ କୁ 

ସହି ନ ପାରଇ, 

ସୀମାନ୍ତ ରେ ଦେଖ 

ଆତଙ୍କ ଖେଳଇ 

ବେଳ ଅବେଳରେ 

ଧମକ ମିଳଇ l 

ଭିତରେ କରୋନା 

ଖାଉଛି ମୁଣ୍ଡକୁ, 

ଜାଗା ନ ମିଳଇ 

ଶବ ସତ୍କାର କୁ, 

ପ୍ରେମ ପାଇଁ ଯାଏ 

ଜୀବନ ଦେଖ, 

ଆଶା ଶୂନ୍ୟ ହୋଇ 

ଶୁଣେ ମୃତ୍ୟୁ ଡାକ l 

ସମ୍ପତ୍ତି ର ଆଗେ 

ସମ୍ପର୍କ ଟା ଛୋଟ, 

ଭାଇ ମାରେ ଭାଇ 

ଛାତି ରେ ଚୋଟ, 

ମନ ରେ ରହୁନି 

ପ୍ରୀତି ର ମହକ, 

ଦେଶ ଲାଗି କିଏ 

ବଞ୍ଚୁଛି କି ଦେଖ !

ଇର୍ଷା, ହିଂସା, ଦ୍ୱେଷ 

ଶୃଙ୍ଖଳରେ ଛନ୍ଦି 

ଜୀବନ ବିତୁଛି 

ଖାଲି କାନ୍ଦି କାନ୍ଦି, 

ଯେବେ ଏହି ସବୁ 

ହୋଇବ ଵିଲୀନ, 

ଏ ଦେଶ ର ମାଟି 

ହସିବ ସେଦିନ l

  


Rate this content
Log in