STORYMIRROR

Narendra Prasad Behera

Others

3  

Narendra Prasad Behera

Others

ମା' ଦଶଭୂଜା

ମା' ଦଶଭୂଜା

1 min
350

*ମା' ଦଶଭୂଜା*


ମାଆ ଦଶଭୂଜା  ଆସିଥିଲ ତୁମେ

    ଏ ଧରାଧାମକୁ ବୁଲି

ବୁଲି ଦେଖିଗଲ   ତୁମ ସଂସାରକୁ

    ପାରିବକି କେବେ ଭୁଲି ?  


ସଂସାରର ଦୁଃଖ  ଦୂରକରିବାକୁ

    ହେଲ ତୁମେ ମହାମାୟା

ସୃଷ୍ଟି ରକ୍ଷା ପାଇଁ   ହେଲ ଆଗଭର

    ବିସ୍ତାର କରିଣ କାୟା ।।


ଦୁର୍ଗମ ନାମକ  ଦୈତ୍ଯକୁ ମାରିଣ

    ଦେବକୁଳ ରକ୍ଷା କଲ

ସେଥିପାଇଁ ତୁମେ ମାଆ ଦୁର୍ଗା ନାମେ 

    ସଂସାରେ ବିଖ୍ୟାତ ହେଲ ।।


ତୁମ ଆଗମନେ   ଆଜି ଏହି ଧରା

    ହୋଇଅଛି ଉତ୍ଫୁଲ୍ଲିତ

ଦରଶନେ ତୁମ  ପିଲାଛୁଆ ଆଜି 

   ହେଲେ କେତେ ଆନନ୍ଦିତ ।।


ବିଭିନ୍ନ ପୀଠରେ   ପୂଜା ପାଉଅଛ

   (ହେ) ଜଗତ ଜନନୀ ମାତା

ଢାଳିଦେଇ ଯାଅ   ଆଶୀଷ ତୁମର

   ଖୋଲି ଯାଉ ମୋର ଛତା ।।


ଜଗତ କଲ୍ଯାଣେ ମାଆ ଦୁର୍ଗା ନାମେ

     ଆସିଛ ମର୍ତ୍ତ୍ଯେ ଓହ୍ଲାଇ

ତୀକ୍ଷ୍ଣ ଦୃଷ୍ଟି ଦିଅ   ଏ ଦୁଷ୍ଟ ଜନଙ୍କୁ

   ଭୟରେ ଯା'ନ୍ତୁ ପଳାଇ ।।


ଯୋଡ ହସ୍ତେ ମୁହିଁ  କରେ ନିବେଦନ

     ସଂସାର ବାସୀଙ୍କ ପାଇଁ

ଏ ଧରା ଧାମରୁ   ଦୁଃଖ ଦୂରକର

    ଆସିଛ ଯେବେହେଁ ଧାଇଁ ।।


କରୁଣା ତୁମର  ବାଣ୍ଟିଦେଇ ଯାଅ

    ସଭିଙ୍କର ସୁଖ ପାଇଁ

ଭୁଲି ଯିବ ନାହିଁ   ଆର ବରଷକୁ

    ଚଞ୍ଚଳ ଆସିବ ଧାଇଁ ।।



Rate this content
Log in