STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ମା' ଭୂଆଶୁଣୀ

ମା' ଭୂଆଶୁଣୀ

1 min
5.4K


ତୋ ଲୋଟଣୀ ବର ମା’ ବଡ ସୁନ୍ଦର

ତା ଛାୟା ଗହଳ ତଳେ ତୋର ମନ୍ଦିର

ଟିକି ମନ୍ଦିରେ ରତନ ସିଂହାସନରେ

ବିଜୟ କରିଛୁ ମାତା ସିଂହ ପୃଷ୍ଠରେ

ଭୂଆଶୁଣୀ ପୁଣ୍ୟ ପୀଠ ଭୁଇଁ ସୁନ୍ଦର ।।

ନିରୋଳା ଆମ୍ର କାନନେ ଶାନ୍ତି କୁଟିର

ବିହଙ୍ଗମ କଳଧ୍ଵନୀ କରେ ମୁଖର

ସିନ୍ଦୂର ପୁରିତ ତୋର ମୁଖ ମଣ୍ଡଳେ

ସହସ୍ର ଜହ୍ନ ଜୋଛନା ନିରତେ ଖେଳେ

କୋଟି ବିଶ୍ଵ ରାଣୀ ମହାଦେଇ ସୁନ୍ଦର ।।

ସାଧୁ,ସନ୍ଥ,ଯୋଗୀ,ମୁନି ଆଶ୍ରୟ ସ୍ଥଳ

କୋଳେଇ ନେଉ ଜନନୀ ଭକତେ ତୋର

ତୋ କରୁଣା ବାରି ଧାରା ମହୀ ମଣ୍ଡଳେ

ଝରି ପ୍ରକୃତି ସୁଷମା ମୋହିତ କରେ

ଶୁଦ୍ଧ ସୁବର୍ଣ୍ଣ ବରନା ଭାରି ସୁନ୍ଦର ।।

ମଙ୍ଗଳମୟୀ ଭବାନୀ କୈଳାସ ପୁରେ

ଭୈରବ ମନ ମୋହିନୀ କେତେ ରୁଚିରେ

ଭଇରବୀ ରୂପେ ରୂପ କି ମନୋହର

ଭକତେ ପ୍ରଦାନ କରୁ ଅଭୟ ବର

ତୋ ପଦ୍ମ ପଦେ ଆଶ୍ରୟ ନେଲା ପ୍ରଫୁଲ୍ଲ ।

ତୋ ଲୋଟଣୀ ବର ମା’ ।।


Rate this content
Log in