STORYMIRROR

Balaram Barik

Others

3  

Balaram Barik

Others

ଲୁଣ

ଲୁଣ

1 min
22


ଅଲଣା କଥା ତୁ କହନାହିଁ ଜମା 

ଶୁଣିବାକୁ ଇଚ୍ଛା ହୁଏ ନାହିଁ।

ତରକାରୀ ଜମା ସୁଆଦ ଲାଗେନି

ଯଦି ଚିମୁଟାଏ ଲୁଣ ପଡି ନାହିଁ।


ଯେତେ ଭେରାଇଟ ଖାଇବା ବନାଅ 

ମାଷ୍ଟର ସେଫ୍ ହୋଇଣ ।

ଲୁଣ ଯଦି ଟିକେ ପଡିନି ସେଥିରେ 

କୁଣ୍ଠା ଲାଗେ କରିବାକୁ ଗ୍ରହଣ।


ସ୍ୱାଦ ଅନୁଯାୟୀ ଲୁଣ ଢାଳିଲେ

ଖାଦ୍ୟ ଲାଗଇ ଯେମିତି ଅମୃତ।

ଭାଗମାପ ଯଦି ବିଗିଡି ଗଲାରେ 

ଆତ୍ମା ହୋଇଯାଏ ଅତୃପ୍ତ।


ଲୁଣ ମାରିବାକୁ ମନା କଲେ 

ଯେବେ ଇଂରେଜୀ ସଇନଗଣ।

ବିଦ୍ରୋହର ନିଆଁ ତେଜିଣ ଉଠିଲା

ହେଲା ସତ୍ୟାଗ୍ରହ ଲବଣ।


ବାଗେଇ ସାଗେଇ ଖାଇଲେ ଲୁଣକୁ

ହୁଏ ଅନେକ ଉପକାର ।

ମାତ୍ରଧିକ ଯଦି ସେବନ କରିବ 

ମିଳିବ ଯମର ଘର ।


କର ନାହିଁ ଭାଇ ଚିନ୍ତା ଅଧିକ 

ନଷ୍ଟ ହୋଇଯିବ ତୁମ ଗଣ୍ଡି।

ସୋଡିୟମ କ୍ଲୋରାଇଡ଼ 

ରାସାୟନିକ ନାମ ଲୁଣର 

ଖାଇଯିବ ସିଏ ହାଣ୍ଡି।


Rate this content
Log in