ଲୁହ
ଲୁହ
ମୋର୍ ଆଖି ଲୁହୁ ଝରୁଛେ ଯେ
କେନ୍ତା ଖୁସ୍ ରହିପାରୁଛୁ ତୁଇଁ,
ଥରେହେଲେ ସୋର୍ ନାଇଁ ଲାଗବାର୍
ତୋର୍ ବିନେ କେନ୍ତା ରହୁଛେଁଁ ମୁଇଁ ।
କାଏଁଁ ହେଲାଯେ ଏନ୍ତା କରଲୁ
ମତେ ଭଲ୍ ପାଇଁ ଆଉ କାହାର୍ ହେଲୁ,
ତୋର୍ ବିହାକାର୍ଡ ମୋର୍ ହାତେ ଧରେଇ
ଭୁଲିଯିବ ବଲି ମତେ କହି ପାର୍'ଲୁ ।
ମତେ ଯେନ୍ ଦେଖେଇଥିଲୁ ସପନ୍
କାଏଜେ ଭୁଲେଇଦେଲୁ ସବୁ,
କାଣା ଉନା କରିଥିଲି ଯେ
ମତେ ଛାଡି ଆଉ କାହାକେ ବିହା ହେବୁ ।
ସୋର୍ ପକା ସେ ଦିନର୍ କଥା
ମନ୍ଦିର୍ ଠାନେ ଯେନ୍ କିରିଆ କରିଥିଲୁ,
ତୁମର୍ ନାଇହେଲେ କାହାରେର୍ ନାଇଁ ହୁଏ
ବିଷ୍, ମହରା ପଛେ ଖାଇଦେମି କହୁଥିଲୁ l
ଏଛେନ୍ କାଏଁହେଲା ତୋର୍ କିରିଆ
କାଏଜେ ମୋର୍ ନୁ ହେଉଛୁ ଦୂରିଆ,
ଆ'ରେ ମୋର୍ ଠାନ୍'କେ ଫିରି
ତୋର୍ ପାଦ୍ ତଲେ ମାରୁଛେ ମୁଡିଆଁ l
ମୋର୍ ଆଖିର୍ ଲୁହୁକେ ପୁଛିଦେ
ବିହାବେଦୀକେ ଭାଙ୍ଗି ଦେ,
ତୋର୍ ମାଁ, ବୁଆ ଭାଏ, ଦଦା, ପରିବାର୍'
ସବୁ ଭାବର୍ ବନ୍ଧନ୍ ଛିଡେଇ ଦେ l
ଆ ମୋର୍ ପାକ୍'କେ ଫିରି
ତୋର୍ ଲାଗି ଆଖିର୍ ପାଏନ୍ ଯାଉଛେ ଝରି,
ତୋର୍ ହାତେ ପୁଛିଦେ ଲୁହୁକେ
ସାରା ଜୀବନ୍ ମୋର୍ ହେଇଯା ଗୁରୀ ।
