Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mishra Manasi

Others

3  

Mishra Manasi

Others

ଲୁହ

ଲୁହ

1 min
267



ଜୀବନର ହସ କାଢ଼ିନିଅ ପ୍ରଭୁ

ଲୁହରେ ଦିଅ ହେ ଭରି

ତେବେ ଅବା ଶାନ୍ତି ପାଇବି ପ୍ରଭୁ ହେ

ନୟନୁଁ ଝରାଇ ବାରି ।1।


ଜୀବନର ସୁଖ କାଢି ନିଅ ପ୍ରଭୁ

ଦୁଃଖରେ ଦିଅ ହେ ଭରି

ତାହାରି ଭିତରେ ବଞ୍ଚିବି ପ୍ର୍ରଭୁ ହେ

ନାମକୁ ତୋରେ ସୁମରି ।2


ଜାବନର ମାନ କାଢିନିଅ ପ୍ରଭୁ

ଭରିଦିଅ ଅପମାନ

ଲଭିବି ତାହାରେ ଆଶୀଷ ପରାୟେ

ମଣିବି ନିଜକୁ ସାନ ।3।


ଜୀବନରେ ଧନ ଲୋଡା ନାହିଁ ପ୍ରଭୁ

ନିର୍ଦ୍ଧନ କର ହେ ମୋତେ

ଗର୍ଵ ଅହଂକାର କାଢି ନିଅ ପ୍ରଭୁ

ଚାଲିବି ମୁଁ ସତ୍ୟପଥେ ।4।


ଏତିକି ମାଗୁଣି ପ୍ରଭୁ ହେ ତୁମକୁ

ଯୋଡ଼େ ମୁହିଁ ବେନି କର

ଭକତି ଅନ୍ତରେ ସଜଳ ଲୋତକେ

ଧୋଇବି ନିତି ପୟର ।5।


କରୁଣାରୁ ଉଣା ନକରିବ କେବେ

 କରୁଣାନିଧି ମୋ ପାଇଁ

ତୁମେ କଳ୍ପବଟ ମୋର ବାଞ୍ଛା କଳ୍ପ

ହୃଦୟର ଭାବଗ୍ରାହୀ ।6।


Rate this content
Log in