STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଲୁହ ଓ ଛାଇ

ଲୁହ ଓ ଛାଇ

1 min
119

ଯିଏ ସ୍ୱଚ୍ଛ ଓ ପବିତ୍ର

ଯିଏ ଦୁଃଖ ଓ ସୁଖର ସାଥୀ 

ସେ ହିଁ ଖୁସି 

ପରନ୍ତୁ ବାକିସବୁ ହିଁ ଭେଳିକି 

ଦୁଃଖର କାରଣ।


ଜେଜେ କହୁଥିଲେ ଶୁଣୁଥିଲେ ଜେଜି ଓ ନାତୁଣୀ

ଜେଜି କହିଲେ ମୁଁ ସାରା ଜୀବନ

ପାଖେ ପାଖେ ରହିଲି ଅଥଚ 

ମୋଟେ ଖୁସି ମିଳିଲାନି?


ବଲବଲ କରି ନାତୁଣୀ ଶୁଣୁଥିଲା

ଯିଏ ସଂସାରର ହାଟର

କୌଣସି ଜ୍ଞାନ ଜଣା ହିଁ ନ ଥିଲା।


ସେ କହିଲା ଜେଜେ 

ଯଦି ଜେଜି ଖୁସି ନୁହଁ

ଟଙ୍କା ଗାଡି ମହଲ ଓ ଖାଦ୍ୟ ହୋଇ ପାରିବ କି?


ହସି ଦେଲେ ଦାଆ ପରି ଓଠରେ ଚୁମକେ

ଯେମିତି ଆକାଶର ଦ୍ୱିତୀୟା ଚାନ୍ଦ ଦାଉଦାଉ

ଆଉ କହିଲେ 

ନୁହେଁ ଲୋ ନାତୁଣୀ ତାହା ମଧ୍ୟ ନୁହେଁ?


ବଡ଼ ବିଷମରେ ପଡି଼ଗଲେ ଜେଜି ଓ ନାତୁଣୀ

ଚାହିଁଲେ ପ୍ରମାଣ ଦିଅନ୍ତୁ ତୁରନ୍ତ।


ବୁଝାଇଲେ ସେ ପଡୋ଼ଶୀ ଘରର ଜେଜେ ମରିଗଲେ

ଜେଜି କିନ୍ତୁ ବିଧବା ନୁହେଁ? 

ରଙ୍ଗିଲା ଲୁଗା ବଦଳରେ ଧଳା ଲୁଗାକୁ ଗୁଡେ଼ଇ ହେଲେ

ଶ୍ମଶାନ ଘଟକୁ ଗଲେ ସାଥୀରେ ଗଲେ ପର ପାରିକୁ

ନା ନିତି ଲୁହକୁ ଢାଳିଲେ।


ସେ ପଟକୁ ଦେଖ

ଟଙ୍କା ଗାଡି଼ ମହଲ ପାଇଁ ଭାଇ ଓ ଭାଇଙ୍କ ଭିତରେ

ଚାଲୁଅଛି ନିତି ଖଣ୍ଡଯୁଦ୍ଧ।


ବ୍ୟାକୁଳିତ ଜେଜି ଓ ନାତୁଣୀ କହିଲେ

ହଁ ଦେଖୁଛୁ ତ ତେବେ

ଅସଲ ମଞ୍ଜିଟା ତ କୁହନ୍ତୁ?


ଜେଜେ କହିଲେ 

କେବଳ ଖୁସି ହିଁ ଖୁସି

ଯିଏ ପାଖରେ ଅହରହ ରହେ

ଗୋଟିଏ ଛାଇ ଓ ଆରକ ଲୁହ 

ଏହା ବ୍ୟତୀତ ସଭିଏଁ ସ୍ବାର୍ଥପର।


ଜେଜି ଆଉ ନାତୁଣୀ ବୁଝିଲେ

ସଂସାରର ଗୁଢ଼ ରହସ୍ଯକୁ

ଯାହା ଜଣେ ଜୀବର ଜୀବନ ହିଁ ଭ୍ରମ।


ମୋର ମୋର କହିବା ମିଛ ଓ ଭେଳିକି ନୁହେଁ ତ କ'ଣ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍