STORYMIRROR

Bunee Tripathy

Others

4  

Bunee Tripathy

Others

ଲୁହ ନୁହେଁ ଲହୁ

ଲୁହ ନୁହେଁ ଲହୁ

1 min
396

ଧନ୍ଯରେ କରୋନା ଏତେ ଅହଙ୍କାରୀ

  ମନେ ନାହିଁ ଟିକେ ଦୟା

ଯିବା ପାଇଁ ତୋର ଛାଡି ଏ ବିଶ୍ବରୁ

  ମିଛେ କରୁ ଖାଲି ମାୟା।


ତୋର କଷାଘାତ ପାରୁନି ତ ସହି

   ଭାଙ୍ଗିଯାଏ ମେରୁହାଡ

ନିଜ ଗୋଢେ ନିଜେ ସିଧା ହେବାପାଇଁ

  ଆଶାରେ ପଡିଛି ବାଡ।


ଗରିବ ବାପୁଡା ପେଟର ଜ୍ବାଳାରେ

  ହେଉଅଛି ଛୋଟପୋଟ

ତୋ ଡରରେ ସିଏ ବାହାରି ପାରେନି

   ଦୁଃଖେ ହୁଏ ଲଟପଟ।


ବଇରୀ ସାଜିଛୁ ପେଟକୁ ମାରୁଛୁ

  କାହିଁ କରୁ ହିନୀମାନ

ନେଉଅଛୁ ମୁଣ୍ଡ ଗୋଟେ ପରେ ଗୋଟେ

  ଦୁର୍ବିସହ ଏ ଜୀବନ।


କି ଦୋଷ କରିଲା ଏ ମାନବ ଜାତି

   କାହିଁ ସହେ କଷାଘାତ

ବିଚାରା ମଣିଷ ହୁଏ ଛଟପଟ

   ପ୍ରହାର ଯେ ନିରିଘାତ।


ବାହାରକୁ ଗଲେ କରୋନାର ଭୟ

   ଘର କୋଣେ ବନ୍ଦୀ ହୁଏ

ମହାମାରୀ ପାଇଁ ପିଲାଙ୍କ ଓଠରେ

   ପଡେନି ଆହାର ଟିଏ।


ଅଣ୍ଟାରେ ନାହିଁତ ଆଠେଣିର ମୁଦ୍ରା

   ଚଳେ କିପରି ସଂସାର

ଭାଙ୍ଗିଗଲା ତାର ମେରୁଦଣ୍ଡ ହାଡ

  ମୁଣ୍ଡେ ହାତ ଦିଏ ତାର।


ହାଅନ୍ନ ଚିତ୍କାର ନଅଙ୍କ ଦୁର୍ଭିକ୍ଷ

  ପୁଣି ଆସିଲାକି ମାଡି

ସବୁ ଶିକ୍ଷାଦିକ୍ଷା ମହାମାରୀ ଆସେ

  ଯାଇଛି ତ ଫିକା ପଡି।


ହନ୍ତସନ୍ତ ଆଜି ଏ ମଣିଷ ଜାତି

  ଲୁହ ନୁହେଁ ଲହୁ କାନ୍ଦେ

ମଣିଷ ବାପୁଡା ମୁଣ୍ଡେ ହାତଦେଇ

  ଭାଗ୍ଯକୁ ତାହାର ନିନ୍ଦେ।


କରୋନା ହାତରେ ଖେଳର ପୁତୁଳା

  ମଣିଷ ତ ନାଚୁଥାଏ

ସମୟ ତ ଯିବ କରୋନା ରହିବ

   ବିଚାରା ମଣିଷ ଯିଏଁ।



Rate this content
Log in