STORYMIRROR

Tushar Kanta Prasad

Others

3  

Tushar Kanta Prasad

Others

ଲୋତକ...

ଲୋତକ...

1 min
353

ପ୍ରେମର ପାଉଣା କିଛି ଏମିତି ମିଳିଛି, 

   ଲୁହ ନାହିଁ ଉଣା, ହସ ହେଲା ପରଦେଶୀ। 

ବିଶ୍ବାସ କେବଳ ଆଜି ସ୍ବାର୍ଥକୁ ଖୋଜୁଛି, 

   ପ୍ରେମ ନୁହେଁ ଛଳନାର ଚାହିଦା କି ବେଶୀ।। 


ଏଇ ଆଖି ଦେଖିଥିଲା ଯାହାକୁ ସପନ, 

    ସେଇ ସାଥି ଦିଏ ଆଜି ଲୁହ ଉପହାର। 

ହୃଦୟ ଆକାଶେ ସାଜିଥିଲା ଯିଏ ଜହ୍ନ, 

     କଇଁ ସମ ଝୁରିହେବା ଜୀବନରେ ସାର।। 


ଯା ପ୍ରେମକୁ ମେଘ ଭାବି ଚାତକ ସାଜିଲି, 

   ସେହି ସାଥି ପାଇଁ ଆଜି ଲୋତକ ଆଖିରେ। 

ଭାବିଥିଲି ମହ୍ଲାର ମୁଁ, ସେ ଯେ ମରୁଭୂମି, 

   ମରୀଚିକା ପରି ରହିଥିଲା ମୋ ସାଥିରେ।। 


ଦୁଇ ଧାର ଲୁହ ସାଥେ ଛଳନାର ନଈ, 

    ସମ୍ପର୍କର ପୂର୍ଣ୍ଣଛେଦ ପ୍ରତାରଣା ହୁଏ। 

ହୃଦୟରେ ବହେ ଯେବେ ସନ୍ଦେହ ସମୀର,

  କେତେ ପ୍ରେମ ଅଟ୍ଟାଳିକା ଧ୍ବଂସ ହୋଇଯାଏ।। 


ସ୍ମୃତି ଚୋରାବାଲି ପାଦ ନିଏ ଯେବେ ଭିଡି, 

   ଅତୀତର ଚିତ୍ର ଦେଖାଯାଏ ଆଖି ଧାରେ। 

ପ୍ରେମେ ବ୍ଯଥା ରହିଯାଏ ସରିଗଲେ କଥା, 

  ଚକ୍ଷୁ କୋଣେ ଘର ତା'ର ଲୋତକ ରୂପରେ।। 

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍