ଲୋକଦେଖାଣିଆ ଭକ୍ତି
ଲୋକଦେଖାଣିଆ ଭକ୍ତି
ସବୁଆଡେ ରାମନାମ ଭଜନ ଓ ସଙ୍କୀର୍ତ୍ତନ
ବୁଝାପଡେ ନାହିଁ ମୋତେ ଏ କି ଜଣାଣ
କାହିଁ କେତେ କାଳୁ ପଢ଼ିଥିଲି ରାମର ଚରିତ
ମର୍ଯ୍ୟାଦା ଶ୍ରୀ ପୁରୁଷୋତ୍ତମ ନାମରେ ବିହିତ
ନଥିଲା କି ୟେ ନାମରେ ଭକ୍ତି ଭାବ ସେବେ
ରାମ ମନ୍ଦିର ନାମରେ କି ଭକତି ଉଛୁଳେ ଏତେ ।
ମନରେ ଯଦି ଭକ୍ତି ଥିଲା, କାହିଁ ଥିଲ ଏତେ ଦିନ
ମନ୍ଦିର ର ଅପେକ୍ଷା କି ଖାଲି ଭକ୍ତ ଭଗବାନଙ୍କ ମିଳନ
ଏତେ ଯଦି ରାମ ଭକ୍ତ, କାହିଁ ସେ ମର୍ଯ୍ୟାଦା ପୁରୁଷ
ସ୍ବାଧିନ ଦେଶ ଭାରତରେ ଆଜିବି ନାରୀ ଲାଞ୍ଛିତ।
ରାମ ଭକ୍ତି ରାମ ଚିତ୍ରରେ ଖାଲି ପୁରେ ୱାଟସାପ ଷ୍ଟାଟସ୍
ଏଇ ଯାଏ ସୀମିତ ଏ ଲୋକଙ୍କ ଭକ୍ତି
କଥାରେ ସୀମିତ ସେ ମର୍ଯ୍ୟାଦା ପୁରୁଷ
ଜ୍ଞାନ ରେ ସେ ରାବଣ ସମକକ୍ଷ କାର୍ଯ୍ୟରେ ବି
ଏତିକି ଏ ଯୁଗେ ରାମ ଭକ୍ତି ଭକ୍ତର ଗୁହାରି।
ନାହିଁ କେହି ହନୁମାନ ନାହିଁ ସେ ବିଶ୍ୱାସ
ନାହିଁ ସେଇ ତ୍ୟାଗ ଆଉ ବାନର ସେନାର ପ୍ରତୀକ
କ୍ଷୀଣ ବୁଦ୍ଧି ମୁଁ ସେହି ସେତୁବନ୍ଧର ଗୁଣ୍ଡୁଚି
କ୍ଷମା ମାଗୁଛି ଏତିକି କାହା ଉପହାସେ ନୁହେଁ ଅର୍ଥି ।
ଏତେ ଯୁଗ ପରେ ରାମ କଥା କି ମନକୁ ଆସିଛି
ଆଗରୁ ଖରାପ ଥିଲେ ମନ୍ଦିର ହେବାରୁ କି ସୁବୁଦ୍ଧି ଯୁଟିଛି
ଆସେ ନାହିଁ ମତେ ସେହି ଲୋକଦେଖାଣିଆ
ରହୁଛି ଏତିକି କହି
ଭଗବାନଙ୍କ ଉପରେ ଆଉ କରନାହିଁ ଦୟା।
