STORYMIRROR

MOUSUMI SAHOO

Others

3  

MOUSUMI SAHOO

Others

ପ୍ରେମର ଶେଷ ଠିକଣା

ପ୍ରେମର ଶେଷ ଠିକଣା

1 min
7

ସାରିଛି ଦିନ ଅଛି ଚିହ୍ନ

ଏ ପରା ମୋର ମନ

ସତ ନା ଏ ଅଭିମାନ

ନା ମୁଁ ଦେଖୁଛି ସ୍ବପ୍ନ।


ଗ୍ରୀଷ୍ମ ମଧ୍ୟାହ୍ନରେ କଅଁଳ ଖରା

ସୁନେଲି କିରଣ ପରି ଲାଗୁଛି

ଶୀତର ଏ ମଧ୍ୟରାତ୍ରରେ 

ଝାଳରେ କିଆଁ ମୁଁ ଭିଯିଛି।


ରାତି ଆଜି ଶୋଭାମୟୀ

ତୁମ କୋଳେ ଦିନ ନଉଛି

ଦିନ ଆଜି ସୁଷମା ମଣ୍ଡିତ

ସ୍ମୃତିପରେ ଏକା ସାଜୁଛି।


ତୁମ ସ୍ପର୍ଶ......

ଆଣେ ନୂତନ ଶିହରଣ

ନୂତନ ଉନ୍ମାଦ ମନେ

ପ୍ରେମର ଏ କି ସୋପାନ

ପ୍ରଶ୍ନ ଉଠୁଛି କି ମନେ ?


ପ୍ରେମର ଆଜି ଏ ଚରମ ପ୍ରାପ୍ତି

ଶେଷ ଠିକଣା ଏ ପ୍ରେମର

ନୂତନ ନାମ ପ୍ରଦାନ ର ଠିକଣା

ଠିକଣା ଏ ମୋ ସିନ୍ଥି ସିନ୍ଦୂର ର।


Rate this content
Log in