STORYMIRROR

MOUSUMI SAHOO

Others

3  

MOUSUMI SAHOO

Others

ପୁରୁଣା ଦିନ

ପୁରୁଣା ଦିନ

1 min
12

ଜୀବନ ଦୌଡ଼ରେ ପ୍ରଥମ ହୋଇଛି

ପୁରସ୍କାର ଆଜି ମୋ ପଛରେ ଧାଇଁଚି

ସମ୍ପତ୍ତି ପ୍ରତିପତ୍ତିରେ ଘରବି ଭରିଛି

ତଥାପି ଦୁଃଖରେ ମନ ।


ହଜେଇ ଦେଇଛି ସେ ପୁରୁଣା ସଂପର୍କ

ଛିଣ୍ଡେଇ ଦେଇଛି ସେ ଅଛିଣ୍ଡା ଡୋର

ପଛକୁ ଫେରି ଚାହିଁ ବାକୁ ଲାଗେ ଡର

ସଂପ୍ରତି ନିରବତା ମାଡ଼ି ମାଡ଼ି ଆସେ

ମନକୁ ଆସେ ଯେବେ ଅତୀତ କୋଳାହଳ।


ଲିଭେଇ ଦେଇଛି ସମ୍ପର୍କର ଦୀପ

ଭୁଲେଇ ଦେଇଛି ସେ ଅମାପ ସୁଖ

ରଙ୍ଗମୟ ରଙ୍ଗମଞ୍ଚ ଆଜି ଅନ୍ଧକାର ମୟ

ଅନ୍ଧାର ଭିତରେ ବି ଲାଗେ ଆଜି ଆଲୋକର ଜୟ ।


ଭୁଲି ମୁଁ ଯାଇଛି ପୁରୁଣା ଦିନ

ହଜେଇ ଦେଇନି କି ହଜିନି ମୋ ମନ

ସମୟ ସହ ତାଳ ଦେଇ ଚାଲିବା ମୋ କାମ

ଭବିଷ୍ୟତରେ ପୂର୍ଣ୍ଣ ହେବ ମୋ ମନସ୍କାମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍