STORYMIRROR

MOUSUMI SAHOO

Others

4  

MOUSUMI SAHOO

Others

ଆଧୁନିକ ସମାଜ

ଆଧୁନିକ ସମାଜ

1 min
12

ସତ ୟେ ପ୍ରେମ ସତ ପ୍ରତାରଣା

ସତ ଏ ବିଶ୍ୱାସଘାତ.....

ଆଶ୍ଚର୍ଯ୍ୟ ର କଥା ଏଠି କୋଉଠୁ ଉଠୁଛି

ଦୁନିଆ ର ରୀତି ପରା ଏବେ ଇଏ।


ନାହିଁ ଆଉ ସେ ପବିତ୍ର ପ୍ରେମ

ନାହିଁ ଆଉ ସେଇ ବିଶ୍ୱାସର ଚିହ୍ନ

ମିଛେ ଖାଲି ଏବେ ପ୍ରେମର ସପ୍ତାହ

ଦେଖେଇବା ପାଇଁ ପ୍ରେମର ପ୍ରବାହ।


ଜଣେ ଗଲେ ଆଉ ଜଣେ

ହୃଦୟେ ସ୍ଥାନ ନିଏ

ବିବାହ ବିଚ୍ଛେଦରେ ବି

ଫୋଟୋଗ୍ରାଫି ଚାଲିଥାଏ।


ନୂଆ ଏ ସମାଜ ନୂଆ ପ୍ରେମ ରୀତି

ମନକୁ ଦିଏନି ଟିକିଏ ତୃପ୍ତି

ଆଧୁନିକ ନାମ ଏ ସମାଜର

ପ୍ରତାରଣା ଏଠି ଚିର ସହଚର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍