ଅସହାୟ
ଅସହାୟ
ରାତି ଅଢୁଆଳେ ଝାଙ୍କି କରି ଥରେ
ଦେଖିଲି ଦିଟୋପା ଲୁହ
ସାହାସ ନଥିଲା ପୋଛିବାକୁ
ସମ୍ଭାଳି ହେଲାନି କୋହ।
ହାତ ଧରିବାକୁ ହାତ ବଢ଼ାଇଲି
ନଥିଲା ଶକତି ମୋର
ଜୀବନ ଲାଗୁ ଥିଲା ଅନ୍ଧକାର
ସ୍ବପ୍ନ ଏକା ସହଚର
ବିଶ୍ୱାସରେ ଈଶ୍ୱର
ଦୁନିଆ ଟା ପର।
ସହଯୋଗ ମୋର କଥାରେ ଯେତିକି
ନଥିଲା ନା ବାହୁ ନା ଧନବଳ
ଦୁଃଖ ପୂର୍ଣ୍ଣ ଏ ଜୀବନ କାଳ
ସବୁ ଥାଇ କିଛି ନାହିଁ
ମନବୋଧ ଏକମାତ୍ର ସମ୍ବଳ ।
ଅପେକ୍ଷା ସେହି ଦିନକୁ
ନଥିବ ଯେଉଁଠି
ଏମିତି ଦୁଃଖର କାଳ
କିଛି ନ ଥିଲେ ବି ଥିବ
ସ୍ବପ୍ନ ଆଶା ବିଶ୍ୱାସ ଭଲପାଇବା ଆସୁମାର।
ଥିବା ଦୁହେଁ ପାଖାପାଖି
ହାତେ ହାତ ଛନ୍ଦି
ଯେତେ ଦୁଃଖ ଯେତେ ଝଞ୍ଜା
ଭୁଲି ଯିବା ଆଖିରେ ଆଖି ମଜି
ବାଣ୍ଟି ଦେବା ଥିବ ଯେତେ ଲୁହ
ହସୁ ଥିବା ସାଥେ ସ୍ବପ୍ନ ବିଞ୍ଚି।
