ମୁଁ କିଏ ?
ମୁଁ କିଏ ?
1 min
6
ନୀରବ ଆକାଶ ତଳେ ବସି
ଶୁଣି ପାରୁଥିଲି ମୃଦୁ ମଳୟର ଧ୍ଵନି
ଧୀରେ ଧୀରେ ତା ପ୍ରେମର ସ୍ପର୍ଶ ଦେଇ
ଚାଲି ଯାଉଥିଲା କାହିଁ କେତେ ଦୂର
ଖୋଜିଲେ ବି ପାଉ ନ ଥିଲି ଠିକଣା ତାର।
ପୁଣି ସ୍ପର୍ଶ କରୁ ଥିଲା ଆସି କେହି
ଏ ତ ସେଇ ଜହ୍ନ ର ରୂପେଲି କିରଣ
ଅବାଧ ରେ ସ୍ପର୍ଶ କରି ଭରୁଥିଲା ଶିହରଣ
ଦେଖେ ତ ସେ ବହୁଦୂରେ ଆକାଶରେ
ଆଶା କି କରିବି ଧରି ବାକୁ
ମୁଁ ଛାର ବାମନ।
ତା ପରେ ଆସେ ସୂର୍ଯ୍ୟ ନେଇ ତା
ସୁନେଲି ସୁନେଲି ସୁନାର କିରଣ
ପ୍ରେମ ସ୍ପର୍ଶ ପରେ ଥାଏ ଯନ୍ତ୍ରଣା ର କାରଣ
ତଥାପି ବି ଏଇ ଅଟେ ବଞ୍ଚିବାର ଅନ୍ୟନାମ
ଏଇତ ଜୀବନ.....
ଗଣିକା ଜୀବନେ ଆଉ କଣ ବା ଅଛି
ଶାହା ଏକା ନାରାୟଣ।।
