STORYMIRROR

MOUSUMI SAHOO

Others

4  

MOUSUMI SAHOO

Others

ଓଁ ନମଃ ଶିବାୟ

ଓଁ ନମଃ ଶିବାୟ

1 min
6

ଆଜି ତ ସୋମବାରେ

ବାବା ମୁଁ ତୋ ଦ୍ୱାରେ

ଦରଶନ ଦିଅ ଥରେ

କହୁଚି ମୁଁ ଭକତି ରେ।


ଆଖି ମୋ ଭିଜି ଯାଏ ଲୁହରେ

ଅଭିଯୋଗ ବାଢେ ଯେବେ ତୋ ପାଖରେ

କେହି ନାହିଁ ଆଉ କହିବି କାହାକୁ

ସାଥୀ ମୁଁ କରିଛି ତୁମକୁ ଶହେ ଜନ୍ମକୁ।


ଥିବ ମୋ ପାଖରେ ଯିବନି ଦୂରେଇ

ହାତ ରଖି ଥିବ ମୋ ମୁଣ୍ଡରେ

ଚାଲି ଯିବି ଏକା ଏକା

ନଥିଲେ ବି କେହି ସାଥୀ ହେଇ।


ତୁମେ ଏକା ମୋର ସାହା ଭରଷା

ତୁମ ପାଖକୁ ଯିବା ଯାଏନି ବୃଥା

ନାହିଁ ମୋର ଶକ୍ତି ପାରୁନି ପହଞ୍ଚି

ଡାକୁଛି ଏଇଠୁ ବାବା ଆସିବେନି କି ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍