STORYMIRROR

Anjana Naik,Anju..Deogarh

Others

3  

Anjana Naik,Anju..Deogarh

Others

ଲୋକ ଗୀତ (ସମ୍ବଲପୁରୀ)

ଲୋକ ଗୀତ (ସମ୍ବଲପୁରୀ)

1 min
165

ଆ ଲୋ ନନୀ ସେଁକି ହେମା ନିଆଁ

ଗୋଡ଼୍ କେ ପସାରି ବସ୍

ଦେହେ ପା ତୋର୍ କେନ୍ତା ଅଛେ

ମୁରକି କରି ଟିକେ ହସ୍ ।।


ଘସମା ଦାନ୍ତ ବନେ କରି ଲୋ

ଅଙ୍ଗରା ଚ଼ାବି ଚ଼ାବି

କୁଲକୁଚ଼ା କେ ପୁଚ଼କି ଗାଲେ

ଫିକମା ମୁରି ମୁରି ।। 


ତୋର ଘରର କାମ ବୁତା ସବୁ

ସାରବୁ ଯେତେ ବେଲେ

ଛୁଆ ପୁତାକେ ସମ୍ଭଲି କରି

ଆଏବୁ ବେଲେ ବେଲେ ।। 


ଅକଲିଆ ଶୀତ ପଡ଼ିଛେ ଆଏଜ 

ଲାଗୁଛେ ହଟହଟା 

ଗଧାବୁଡ଼ା କଲେ ଲାଗବା ଲୋ ନନୀ 

ପରଛା ତୋର ଦେହେଟା ।।


କହେମାଁ କଥାନି ଗାଏମା ଗୀତ୍ 

ନାଚ଼ମାଁ ସମ୍ବଲପୁରୀ

ସମଲେଇ ମାଁ ଭରସା ଆମର

ଜାନିଛେଁ ପରତେକରି ।। 


Rate this content
Log in