STORYMIRROR

Bunee Tripathy

Others

4  

Bunee Tripathy

Others

ଲୋ ଚୁଲି,ଲୋ ନିଆଁ ....

ଲୋ ଚୁଲି,ଲୋ ନିଆଁ ....

1 min
14


ନା ନା ପାରିବିନି ଆଉ

ନାରୀ ବୋଲି ଲେଖା କିବା ଭାଗ୍ୟେ

ସବୁ କିଛି ସହିବାର ପାଇଁ।

ଶୈଶବରୁ ବାର୍ଦ୍ଧକ୍ୟର ଯାଏଁ

ଆକଟର ଲକ୍ଷ୍ମଣରେଖା କି

ଟଣା ହୁଏ ମୋର ପାଇଁ।

କନ୍ୟାଟିଏ ପାଇଁ ବାରଣର

ଲମ୍ବା ଫର୍ଦ୍ଦ ଲମ୍ବି ଯାଏ ଯେବେ

ଇଚ୍ଛା ଅନିଚ୍ଛା ର ସମୀକରଣ ଭିତରେ

ସେ ରହିଯାଏ

ଆସମାପିକା କ୍ରିୟା ଭାବେ।


ମୁଁ ରହିଯାଇଛି ସେଇ ରେବର ଭିତରେ

ଲୋ ଚୁଲି,ଲୋ ନିଆଁ ର ଡାକରେ

ପଡ଼ିରହିଛି ଅଗଣାର ଚଉଁରା ମୂଳରେ

ପାଠ ପଢ଼ିବାର ସ୍ବପ୍ନ

ସତେ କି ହେଲା ମୋ ପାଇଁ କାଳ?

ଅକାଳ ବାଡ଼ିରେ ପିତାମାତା

କରି ମୋତେ ଏକା

ଡକାଡକି ହୋଇ ଗଲେ ଚାଲି

ସବୁଦିନ ପାଇଁ।

କୁଆଁରୀ ମନଟା ମୋର

ଚାହିଁ ଥାଏ ବାଟ

କେତେବେଳେ ବାସୁଭାଇ

ଆସିବେ ଘରକୁ

ପାଖେ ବସି ପଢାଇବେ

ଅ,ଆ,ଇ,ଈ,କ,ଖ,ଗ।

ମୋତେ ଏରୁଣ୍ଡି ଡେଇଁବା ମନା

ମୋତେ ହସିବା ମନା

ମୋତେ ପାଟି କରି କଥାହେବା ମନା

ସବୁ ମନାର ପ୍ରାଚେରୀ ଭିତରେ

ମୁଁ ଯେ ଆବଦ୍ଧ

ସେହି ଚକ୍ରବ୍ୟୁହକୁ ଭେଦି

ବାସୁଭାଇ ପାରିଥିଲେ ଯାଇ

ହୃଦୟକୁ ମୋର।


ହେଲେ ଯେଉଁ ଦିନ ସିଏ

ଏକୁଟିଆ କରି

ଆକାଶର ତାରା ହୋଇଗଲେ

ବିଳପି ଉଠିଲା ମନ

ବିଦ୍ରୋହ କରିବାକୁ ଇଚ୍ଛାହେଲା

ବିହି ବିରୁଦ୍ଧରେ

କିନ୍ତୁ ସ୍ରଷ୍ଟା ମୋର

ତୁଣ୍ଡେ ଦେଲେ ନାହିଁ ଭାଷା

ନୀରବି ରହିଲି

ଲୋ ଚୁଲି,ଲୋ ନିଆଁ,ଲୋ ରେବର ଭିତରେ

ରେବ ହଜିଗଲା କାଳର

କରାଳ ଚକ୍ରବ୍ୟୁହ ଭିତରେ।

ଆଜି ବି ଶୁଭେ ରେବର

ଦରଦୀ ବୋଳା କ୍ରନ୍ଦନ

ପାଠ ପଢ଼ିବାର ଅଳି

ଦୂରରୁ ଭାସି ଆସୁଛି

ଲୋ ଚୁଲି,ଲୋ ନିଆଁ।


Rate this content
Log in