STORYMIRROR

Sangeeta Barik

Others

3  

Sangeeta Barik

Others

ଲଣ୍ଠଣ

ଲଣ୍ଠଣ

1 min
230


ବୈଦ୍ୟୁତିକ ଆଲୋକ ଦିଶେ ଝଲମଲ

  ଖୋଜୁଛି କେ ମୋତେ କୁହ,

ତୋହରି ପୂର୍ବଜ ଅନ୍ଧାରକୁ ଡରି 

   ଦେଖୁଥିଲା ମୋର ମୁହଁ ।


ନିଜେ ଜଳି ମୁହିଁ ଆଲୁଅ ବାଣ୍ଟିଲି

  କରିଲା ସେ ତାର କର୍ମ,

ବିନ୍ଦୁଟିଏ ଦୁଃଖ ଆଣିନି ମନରେ

  ଜଳିବା ତ ମୋର ଧର୍ମ ।


ଯୁଗ ବଦଳିଲା ସମୟ ଆସିଲା

  ପଡୁନି ମୁଁ ଲୋଡା ଆଜି,

ଭବିଷ୍ୟତେ କେହି ଚିହ୍ନିବେନି ମୋତେ

  ଚିହ୍ନ ମୋର ଯିବ ହଜି ।



Rate this content
Log in