ଲଣ୍ଠନକୁ ଭୁଲ ନାହିଁ
ଲଣ୍ଠନକୁ ଭୁଲ ନାହିଁ




ଦିନଥିଲା ଯେବେ ପ୍ରତି ପରିବାରେ,
ଲଣ୍ଠନଟେ ଥିଲା ରହି ।
ଘନ ଅନ୍ଧକାର ହୁଏ ଦୂରିଭୁତ,
ଏହାର ଆଲୋକ ପାଇଁ ।।
ସଭିଙ୍କର ସାଥୀ ଏଇ ଲଣ୍ଠନ ଯେ,
ହେଉ ବା ଗରିବ ଧନି ।
ବିନା ବିଦ୍ୟୁତରେ ଲଣ୍ଠନକୁ ସର୍ବେ,
ଚଳୁଥିଲେ ସାଥେ ଘେନି ।।
ଲଣ୍ଠନ ପାଇଁ ତ ସଳିତାଟେ ଲୋଡା,
ପୁଣି କିରୋସିନି ତେଲ ।
ପବନ ବହିଲେ ନ ଲିଭେ ଲଣ୍ଠନ,
ଏହା ଏକ ଗୁଣ ଭଲ ।।
ନିର୍ବାଚନ ବେଳେ ମତଦାନ ପାଇଁ,
ଲଣ୍ଠନର ଆବଶ୍ୟକ ।
ମତଦାନ ଘରେ ଅନ୍ଧାର ମଧ୍ୟରେ,
ଏହା ଯୋଗାଏ ଆଲୋକ ।।
ଏବେ ଘରେ ଘରେ ନ ମିଳେ ଲଣ୍ଠନ,
ଆଧୁନିକତାର ଛାପ ।
ସୌର ଶକ୍ତି ଆଉ ବିଦ୍ୟୁତ୍ ପାଇଁ ତ,
ଲଣ୍ଠନ ପାଇଛି ଲୋପ ।।
ଲଣ୍ଠନକୁ ସଦା ରଖିଥିବା ପାଖେ,
ଜରୁରୀ ସମୟ ପାଇଁ ।
ବହୁ ଉପକାରେ ଆସିବ ଏ ଚିଜ,
ଲଣ୍ଠନକୁ ଭୁଲ ନାହିଁ ।।