STORYMIRROR

Rajakishore Mundi

Others Children

4  

Rajakishore Mundi

Others Children

ଲଣ୍ଠନ

ଲଣ୍ଠନ

1 min
363

ଦେଖିଥିଲି ପିଲାବେଳେ ସାଉଁଟି ସାହୁ ଅଗଣାରେ

ଲଣ୍ଠନ ଲେଲିହାନ ଶିଖା ଜଳୁଥିଲା ଘନ ଅନ୍ଧକାରେ !

ଭୟାର୍ତ୍ତ ହୃଦୟ ସ୍ପନ୍ଦନ ବେଗ ବଢେ ଧୀରେ ଧୀରେ

ଯେମିତି କି ପବନ ପସେ ଫାଙ୍କେ ବନ୍ଦ କୋଠରୀରେ !!


ଦେଖିଛି ଅଜା ଆଇ ମିଳି ହାତେ ଲଣ୍ଠନ ଧରି

 ବାଡି ଧରି  ପାନ ଖାଇ ପାକୁଆ ପାଟିରେ !

ଭାଗବତ ଟୁଙ୍ଗିରେ ବସୁଥିଲେ ମହା ଆନନ୍ଦରେ

ଯେମିତିକି ବକ ବସେ ମିନ ପାଇଁ ଅତି ନିଷ୍ଟାରେ !!


ଆହୁରି ଦେଖିଛି ଶଗଡ଼ ତଳେ ମହା ଆନନ୍ଦରେ

ଶଗଡ଼ିଆ ଭାଇ ଲଣ୍ଠନ ଟାଙ୍ଗୀ ଯାଏ ବହୁ ଦୁରେ !

ଜୀବନ ଟି ଜଳୁଥାଏ ତାର ହା ହୁତାସରେ

 ଯେମିତିକି ଲଂଠନର ଫିତାଜଳେ ଧୀରେ ଧୀରେ !!


ହାଟ ନାଟେ କ୍ଷୀଣ ଲଣ୍ଠନ ର ଆଲୋକ ଶିଖାରେ

ରଣ ଭଣ ହୋଇ ପଡିଥିବା ଛୋଟ ଚାଳିଆରେ !

ହାଟୋଇଟି ଅନ୍ଧାର ଅସ୍ପଷ୍ଟ ଝାପସା ଆଲୋକରେ

ଧୋକା ଖାଇଯାଏ ଭଲ ମନ୍ଦ ପରିବା ହାଟରେ !!


ଏବେ ଆଉ ଲଂଠନର ଦେଖା ନାହିଁ ଘରେ ଘରେ

କେବେ ଦେଖେ ନିର୍ବାଚନ ଆଉ ନିଷ୍ଟୁର ବାତ୍ୟାରେ !

ଧୁକେ ଧିକେ ଜଳୁ ଥାଏ ନିବୃତ୍ତ କମ୍ପାଟ ମେଣ୍ଟରେ

ଯେମିତିକି ତେଲ ବିନା ଦୀପ ଜଳେ ଧୀରେ ଧୀରେ !!


ମାଳ ମାଳ ଲଣ୍ଠନ କାରଖାନା ଗୋଦାମରେ

ଅଲୋଡା ଲଣ୍ଠନ ଆଉ ନାହିଁ ଦୋକାନ ବଜାରେ!

କେବଳ ଅଛି ତାର ପ୍ରତିଛବି ହେଲୋଜିନରେ

ଯେମିତିକି ଖୁସି ର ଜୀବନ ରେଶମ ଚାଦରେ। !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍