STORYMIRROR

Yudhisthir Khamari

Others

3  

Yudhisthir Khamari

Others

ଲଣ୍ଠନ

ଲଣ୍ଠନ

1 min
246

ଆଜି ଯେ ରାଜେନ୍ଦ୍ରାସନେ

କାଲି ସେ ଫକିର

ସମୟର ଗର୍ଭ ରେ କିଏ କେତେବେଳେ

ରାଜୁତି କରେ ତ

କେତେବେଳେ ସମୟ ସରିଲେ

ହରାଏ ଅସ୍ତିତ୍ବ ନିଜର

ସମୟ ଥିଲା

ଅନ୍ଧାରରୁ ଆଲୋକ ପାଇବାକୁ

ସଂଗ୍ରାମ କରୁଥିଲା ମଣିଷ

ସୃଷ୍ଟି କଲା ଛୋଟ ବସ୍ତୁ ଟିଏ

ପାଲଟିଲା ସାଥୀ ତାର

ସାଥୀ ଥିଲା କିଟି ଅନ୍ଧାରରେ

ଅବା ବର୍ଷା ରାତିରେ

କେତେ ଭବିଷ୍ୟତ ଗଢୁଥିଲା ପିଲାଙ୍କକର

ସାହସ ଯୋଗାଉଥିଲା ମଣିଷକୁ

ରାତି ସାରା ମିଟି ମିଟି ଜଳି

ନିଜର ଅସ୍ତିତ୍ବ କୁ ପରବାଏ ନ ଥିଲା

ଥିଲା ଖାଲି ପରୋପକାର ର ମନୋଭାବ

ଜଣାଥିଲା ତାକୁ

ଜନ୍ମ ତାର ଅନ୍ୟ ପାଇଁ

ଅନ୍ୟ ଲାଭେ ସାର୍ଥକ ଜୀବନ ତାହାର

ହେଲେ ତା ବି ହେଲା ନି

ଲୀନ ହୋଇଗଲା ସମୟର ଗର୍ଭେ

କେହି ମନେ ପକାଇଲେ ନି ଅସ୍ତିତ୍ବ ତାର

ଲଣ୍ଠନ ହୋଇଲା ଲୁଣ୍ଠନ

ସଭିଙ୍କ ମାନସ ପଟରୁ ।।



Rate this content
Log in