ଲଣ୍ଠନ
ଲଣ୍ଠନ
ଆଜି ଯେ ରାଜେନ୍ଦ୍ରାସନେ
କାଲି ସେ ଫକିର
ସମୟର ଗର୍ଭ ରେ କିଏ କେତେବେଳେ
ରାଜୁତି କରେ ତ
କେତେବେଳେ ସମୟ ସରିଲେ
ହରାଏ ଅସ୍ତିତ୍ବ ନିଜର
ସମୟ ଥିଲା
ଅନ୍ଧାରରୁ ଆଲୋକ ପାଇବାକୁ
ସଂଗ୍ରାମ କରୁଥିଲା ମଣିଷ
ସୃଷ୍ଟି କଲା ଛୋଟ ବସ୍ତୁ ଟିଏ
ପାଲଟିଲା ସାଥୀ ତାର
ସାଥୀ ଥିଲା କିଟି ଅନ୍ଧାରରେ
ଅବା ବର୍ଷା ରାତିରେ
କେତେ ଭବିଷ୍ୟତ ଗଢୁଥିଲା ପିଲାଙ୍କକର
ସାହସ ଯୋଗାଉଥିଲା ମଣିଷକୁ
ରାତି ସାରା ମିଟି ମିଟି ଜଳି
ନିଜର ଅସ୍ତିତ୍ବ କୁ ପରବାଏ ନ ଥିଲା
ଥିଲା ଖାଲି ପରୋପକାର ର ମନୋଭାବ
ଜଣାଥିଲା ତାକୁ
ଜନ୍ମ ତାର ଅନ୍ୟ ପାଇଁ
ଅନ୍ୟ ଲାଭେ ସାର୍ଥକ ଜୀବନ ତାହାର
ହେଲେ ତା ବି ହେଲା ନି
ଲୀନ ହୋଇଗଲା ସମୟର ଗର୍ଭେ
କେହି ମନେ ପକାଇଲେ ନି ଅସ୍ତିତ୍ବ ତାର
ଲଣ୍ଠନ ହୋଇଲା ଲୁଣ୍ଠନ
ସଭିଙ୍କ ମାନସ ପଟରୁ ।।