ଲଣ୍ଠନ
ଲଣ୍ଠନ

1 min

233
ମୁଁ ଏମିତି ଜଳୁଥାଏ,
ଦହନର ଜ୍ୱଳାରେ ଛଟପଟ ହୁଏ
ମୋ ଉପରେ ଲାଗିଥିବା କାଚଟି ଧୂସରିତ
ସଂସାର ଝାପସା ଝାପସା ଲାଗେ ।
ତଥାପି ମୁଁ ଜଳେ ,
ଆଲୋକିତ କରିବା ପାଇଁ ।
ସବୁବେଳେ ଜଳୁଥାଏ ,
ତେଲୁଣର ମାପଚୁପ ଭିତରେ
ବୁଢାବାପର ଖୁଁ ଖୁଁ କାସରେ
ବୁଢୀମା ର ଚିିିରା ପଣତରେ
ପୁଅ ଝିିିଅର ଖୁସିରେ ।
ଆଉ ତୁମ ପ୍ରେମର କୋମଳ ସ୍ପର୍ଶରେ।
ମୁଁ ଏଠି ନିତି ଜଳେ
ଜଳି ଜଳି ମୋର ଅଧା ଆୟୁଷ ସାରିଦିଏ।
କେତେବେଳେ ଅପମାନର ଝଡରେ ,
ଧପ୍ ଧପ୍ ହୁଏ ତ ,
କେତେବେଳେ ପ୍ରଶଂସାର ତୈଳରେ
ତେଜିୟାନ ହୋଇଉଠେ ।
ତଥାପି ମୁଁ ଜଳେ ,
କିଏ ବୁୁୁଝୁ ନବୁଝୁ ,କିଏ ଜାଣୁ ନଜାଣୁୁ ।
ଏମିତି ଜଳୁଥିବି
ତୁମ ଆଉ ମୋ ଭିତରେ
ସବୁ ଅନ୍ଧାର ଦୂରକରି
ଆୟୁଷର ପରିସମାପ୍ତି ଯାଏଁ।