STORYMIRROR

Anam Charan Sahoo

Others

2  

Anam Charan Sahoo

Others

ଲକ୍ଷ୍ୟ

ଲକ୍ଷ୍ୟ

1 min
399

ଏକାଗ୍ର ଚିତ୍ତରେ ରହିବୁ ଧନରେ

ନିଜ ଲକ୍ଷ୍ୟ କରି ସ୍ଥିର

ବଳହୀନ ଜନେ ସାହାଯ୍ୟ କରିଲେ

ଦୁନିଆ କହିବ ବୀର ।

ଦୃଢ ମନୋବଳ ରଖିଥିବୁ ଧନ

ପଛଘୁଞ୍ଚା ଦେବୁ ନାହିଁ

ସାହସ ଶକତି ମନେ ଥିବୁ ଭରି

ବିଜୟ ସୋପାନ ସେହି ।

ସତ୍ୟ ଧର୍ମ ପଥେ ରହିବୁ ନିରତେ

ନ୍ଯାୟ ସାଥି ସଦା ହୋଇ

ତେବେ ତୋ ବିକ୍ରମ ଜାଣିବ ଜଗତ

ସନମାନ କେତେ ଦେଇ ।

କରିଲେ ସାଧନା ଜୟୀ ହେବୁ ସିନା

ପୁଷ୍ପିତ ହୋଇବ ପଥ

ବିଜୟ ମଣ୍ଡିତ ହେବୁରେ ନିଶ୍ଚିତ

ଗଡିବ ଜୀବନ ରଥ ।

ହେଲେ ଲକ୍ଷ୍ୟ ଚ୍ଯୁତ ହୋଇବୁ ବିଚ୍ଯୁତ

ଜୀବନରେ ଯିବୁ ହାରି

ଜୀବନର ପଥ ହେବ କଣ୍ଟକିତ

ବୋହୁଥିବ ଅଶ୍ରୁ ବାରି ।


Rate this content
Log in