STORYMIRROR

pratap nayak

Others

3  

pratap nayak

Others

ଲକ୍ଷ୍ମୀଙ୍କ ମାନଭଞ୍ଜନ

ଲକ୍ଷ୍ମୀଙ୍କ ମାନଭଞ୍ଜନ

1 min
13.9K


ଅଭିମାନିନୀର ଶେଷ ବୈଭବ

ଅଂକୁରୋଦ୍‌ଗମର ପଶାପାଲି

ନିଭୃତ କୋଠରିର ଅନ୍ଧାରୁଆ ଥାକ

ନିର୍ଲିପ୍ତ ଦୀପଶିଖାର ଶତଚେଷ୍ଠା

କାଳ ବୈଶାଖୀର ମଧୁର ଗୁଞ୍ଜନ

ଡେଇଁ ଡେଇଁ ଫେରିଆସେ

ଯେତେବେଳେ

ସତରେ କି ମିଛରେ ହେଉ

ତୁମେ ଅନୁଭବ କର ମୋର ଅଭୀପ୍‌ସା

ନିଷ୍କପଟ ମାନିଯାଅ ଦୋଷ

ସାତ ସିନ୍ଧୁର ଲୁଣି ଜଳ ଅପସାରିତ

ଗଣ୍ଡସ୍ଥଳ ଦେଇ ଲାଲ୍ କରି ଆଖି

ଫିଟାଏ ମୁଁ ସିଂହଦ୍ଵାର

ଭରିଦିଅ ରସଗୋଲା ମୋ ମୁଖରେ

ତୁମ ପଦ୍ମ ପାପୁଲିରେ

ଫାଟିଯାଏ ହୃଦ ମୋର

କାହିଁକି ଭାଂଗିଲି ରଥ

ମୁଁ ଚିହ୍ନିନି କଣ କାଳିଆ ଠାକୁର

କେତେ ରୁପ ଦେଖେଇବ ମୋତେ

କଳିବି ମୁଁ ମୋ,ଅଭିମାନରେ

ହଁ ମ.......

ସବୁ ପରିବାରରେ ତ ଏମିତି

ମୁଁ ବାଦ ଯିବି କିଆଁ

କାଳେ କାଳେ ଅଭିମାନିନୀ

ତ ଆମ ଜାତିଟା

ଭୁଲି ଯାଉ ସବୁ

କ୍ଷମା କରୁ ସବୁ ଦୋଷ

ପଦିଏ,ବିଶ୍ଵାସୀ କଥାରେ.......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍