STORYMIRROR

Dipti lekha Mishra

Others

3  

Dipti lekha Mishra

Others

ଲକଡାଉନ ଦେଶ

ଲକଡାଉନ ଦେଶ

1 min
11.8K

ଭାରତ ଦେଶ ହେଲା ଲକଡାଉନ

କେବଳ ଚାଇନା ପାଇଁ

କୋରନା ଭୂତାଣୁ ସଂକ୍ରମିତ ହେତୁ

ବିଶ୍ବ ହେଲାଣି ଧଇଁସଇଁ


କେତେ କେତେ ଜନ ଭୂମିରୂ ଲୋଟିଲେଣି

ପୋକମାଛି ସମ ଛାଡିଲେ ଇହଧାମ

କଞ୍ଚା ପୋକଜୋକ ମାଉଁସ ଖାଇଣ ଚୀନା

ଛଡାଇଲାଣି ସବୁ ଧରମକରମ


ଘରେ ବସିବା ଅଭ୍ୟାସ ନଥିଲା ପୁରୁଷର

ଛଟପଟ ହୁଏ ଅନେକ

ବିଚରା ସ୍ତ୍ରୀ କାମ ପାଞ୍ଚଗୁଣା ବଢିଲାଣି

ଝଗଡା ଲାଗନ୍ତି ପ୍ରତ୍ୟେକ


ଆହେ ଜଗବନ୍ଧୁ ଜଗତର ଆଖି

ସବୁ ତ ତୁମେ ଦେଖୁଛ

ତଥାପି କାହିଁକି ନ ଜାଣିଲାଭଳି

କବାଟ କିଳୀ ଯେ ରହିଛ


ପାପର ଭାରା କମିକମିଯିବ ଧରାରେ

କୋରନାର ଏ ଚୋଟରେ

ଭାରତ ଆମର ସୁସ୍ଥ ହେଉ ପ୍ରଭୂ

ବିଶ୍ବକୁ ଶିକ୍ଷା ଦେଉ ଥରେ



Rate this content
Log in