STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଲଜ୍ଜା

ଲଜ୍ଜା

1 min
751

ଝିଅ ଜନ୍ମ ହେବା ହିଁ ଲଜ୍ଜା।

ଭୁଲ କହିଲି କି

ହୁଏତ ତ ହୋଇପାରେ?


ମୋର ବୃତ୍ତାନ୍ତ ତ ଶୁଣନ୍ତୁ।


ମୁଁ ମା'ଙ୍କ ଗର୍ଭରେ ରହିଣି କାଳରେ

ଝିଅ ବୋଲି ହତ୍ଯା କଲା ବାପା

ଥରେ ନୁହେଁ କି ଅଧେ

ତିନିଥର ହତ୍ଯା କରି ହାରିଗଲା ପରେ

ମୁଁ ହେଲି ଭୂମିଷ୍ଟ।


ଏହା ଲଜ୍ଜା ନୁହେଁ କି?


ମୋତେ ତ ଅଣଦେଖା ଥିଲା 

ଦିନେ ଏ ଦେହଟା ପାକଳିବା ଆଗରୁ

ଆଉ ଫୁଲ ବି ଫୁଟିବା ଆଗରୁ

ଧର୍ଷଣର ଶିକାର ହେଲି

ବାଟେ,ଘାଟେ ଓ ମଠେ

ଅଥଚ ବାପା ବି ନୀରବ।


ଏହା ଲଜ୍ଜା ନୁହେଁ କି?


ଶିକ୍ଷା ଆଉ ସ୍ବାସ୍ଥ୍ଯ ଚୁଲିକୁ ଯାଉ

ଭଲକି ଖାଇବା ମିଳେନି

ନିଜ ରୋଜଗାରକୁ ବି ଛଡେ଼ଇ ନିଅନ୍ତି

ଏହା ବାପାଙ୍କର କର୍ତ୍ତବ୍ଯ ନା 

ମୋର ଏ ପାପର ଫଳ? 


ଏହା ଲଜ୍ଜା ନୁହେଁ ତ?


ମୁଁ ବାରବାର ଧର୍ଷଣର ଶିକାର

ତଥାପି ରାଜନେତା ନା ପ୍ରଶାସକ

କିଏ ହେଲେ ଆହା ପଦ ନୁହେଁ

କୁଆଡେ଼ ଯାଏ କେଜାଣି ଆମ ସମ୍ବିଧାନ ଅଧିକାର? 


ଏହା ଲଜ୍ଜା କି ନୁହଁ?


ମୋର ବୟସ କାଳରେ ବିବାହ ହେଲାନି

ଯଦିଓ ହେଲା ସ୍ବାମୀ ଫିଙ୍ଗିଦିଏ ରାକ୍ଷସଙ୍କ ପାଖକୁ

ଯେଉଁମାନେ ଝିଙ୍କିନେଇ ଖାଇଯାନ୍ତି ପୁଳାପୁଳା ମାଂସ

ରକ୍ତ ପିଇଯାନ୍ତି ଢକଢ଼କ।


ଏହା ଲଜ୍କା ନା ଆଉ କିଛି?


ମୁଁ ବାପାଙ୍କ ପାଖରେ ଯେଉଁ ଦୁଃଖ କଷ୍ଟ

ସ୍ବାମୀଙ୍କ ପାଖରେ ବଳି ପଡୁଛି ନିତି। 


ମୁଁ ଏ କୁଳରେ ନା ସେ କୁଳରେ

ନିତି ମରିବାର ବେଳ

ହାଇରେ କପାଳ

ଝିଅ ଜନ୍ମ ହେବା ପାପ ନା ଲଜ୍ଜା?


ଯଦି ହଁ 

ମୋତେ ଜନ୍ମ ଦେଲ କାହିଁକି?

ଯଦି ନା

ତେବେ ସୁରକ୍ଷା ନାହିଁ କାହିଁକି?


ମୋର ପରି ଯଦି କିଏ ବଳି ପଡୁଥିବେ

ଅଧିକାର କ୍ଷୁର୍ଣ୍ଣ ହେଉ ନାହିଁ ତ?


ଯବାବ ମାଗୁଛି ସଭିଙ୍କୁ

ମୋର ଉତ୍ତର ଦରକାର।


ଲଜ୍ଜା ଗୋଟେ କଳଙ୍କ

ଗୋଟେ ଧିଟ,ନୀଚ୍ଚ ନୀତି

ପୁରୁଷ ଜାତିଟା ନୁହେଁ

ଆମ ଭାରତୀୟ ସମ୍ବିଧାନ ବି

ସଚେତନ ଦରକାର,ନୁହେଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍