ଲେବର
ଲେବର
ନଭଶ୍ଚୁମ୍ବି ଅଟ୍ଟାଳିକା ,
ଆଲୋକ ମାଳାରେ ଝଟକୁଥିବା ସୌଧ ,
ସୁରମ୍ୟ ପ୍ରାସାଦର କଂକ୍ରିଟ୍ ଓ ଇଟା ତାକୁ ଚିହ୍ନିଛି।
ଶହ ଶହ ଫୁଟ ଗଭୀରତାରେ ଥିବା ଖଣିଜ ,
ତା'ଦେହର ଝାଳ ଶହ ବନ୍ଧୁତା ବି ବାନ୍ଧିଛି
ସେ ଅଣନିଶ୍ଵାସୀ ହୋଇଛି
ଡହଳ ବିକଳ ହୋଇଛି
ତା’ ରକ୍ତର ଛିଟା ଯନ୍ତ୍ର କେତେ ଯେ ପିଇଛି
ସେ ମୁକ୍ତିର ମନ୍ତ୍ର ବି ଗାଇଛି।
ସେ ପୁଞ୍ଜିବାଦର ଯାତନାରେ ଏଠି ସଢ଼ିଛି
ତା ଶ୍ରମର ଉଚିତ୍ ମଜୁରୀ ପାଇବା ଦାବିରେ ବାବୁ ସାହେବର କୋରଡ଼ା ମାଡ ଖାଇଛି
ଛୁଆ ,ମାଇପିଙ୍କ ମୁହଁକୁ ଅନାଇ
ପେଟରେ ବି ଓଦା କନା ଦେଇ ଶୋଇଛି
ତା କାମର ,ମିନିଟ
୍ -ମିନିଟ୍ ହିସାବ ମାଲିକ ନେଇଛି
ଥକି ଯାଇ ଟିକେ ବସିଗଲା ବେଳେ ..ତାଗିଦା ବି ତାକୁ ହୋଇଛି
ଠକି ଥିଲେ ତୁହି ହାଜିରା କଟିବ
ଉପରୁ ଅଡର ଆସିଛି।
ଏ ସମାଜ ..
ତାକୁ ମଳି ମୁଣ୍ଡିଆର ଆକ୍ଷା ପୁଣି ଦେଇଛି
ତା ପାଇଁ ଅଲଗା ଦୁଆର ଖୋଲିଛି
ତା ଦେହର ଗନ୍ଧ ଉତ୍କଟ ଭାବି ତା ଠାରୁ ସମାନ ଦୂରତା ରଖିଛି।
ସ୍ଵାଧିନତା ତା ପାଇଁ ସ୍ଵପ୍ନ ଏଠି ପୁଣି ପରାଧିନ ସେ ରହିଛି
ସର୍ବାଧିକ କରି ସର୍ବନିମ୍ନ ପାଇ
ତଥାପି ସେ ହସିବା ଶିଖିଛି।
ସେ ହସି ହସି ପୁଣି କହୁଛି
ଶ୍ରମ ମୁହଁ କରେ ଦେଶ ଜାତି ପାଇଁ
ମୋ ମୂଲ କିଏ ବା ବୁଝୁଛି।
✍ବଳରାମ ।