ଲାଗୁଛି କିଛି ଭଲ
ଲାଗୁଛି କିଛି ଭଲ


ବାଲେଶ୍ୱରିଆ କଥାରେ ପକା
ହେଲେଣି ଏକଯୁଟ
କବି ବୈଜ୍ଞାନିକ ଶିଳ୍ପୀ ଲେଖକ
ବଢେଇଛନ୍ତି ହାତ
ନେତା ମନ୍ତ୍ରୀଏ ଦେଲେଣି କଥା
ତୁମ ସହ ଆମେ ଅଛେ
ପ୍ରଶାସନ ବି କଡ ମୋଡୁଛି ଦେଖ
ଆଖିରେ ସପନ ଦିଶେ
ବିରଳ ପ୍ରଜାତି କଙ୍କଡା ପାଇଁ
ଆସୁଛି ଖୁସିର ଦିନ
ତାର ସୁରକ୍ଷା ବିକାଶ ପାଇଁ
ସଭିଏଁ ଚଳ ଚଞ୍ଚଳ
ସଚେତନ କରିବା ପାଇଁ ଦେଖ
ଦେଲାଣି କିଏ ରକ୍ତ
ସଭିଙ୍କ ହାତରେ ବାନ୍ଧିଣ ରାକ୍ଷୀ
ନେଲେଣି କିଛି ଶପଥ
ଶିଳ୍ପୀ ତାର ତୁଳୀ ମୂନରେ
ଦେଖେଇ ଲାଣି ସ୍ୱପ୍ନ
କବିର କବିତା କହୁଛି ଦେଖ
କରନି ମନ ଦୁଃଖ
ଏ ମହାମିଳନ ହେବନି ବ୍ୟର୍ଥ
ହେବନି କେବେ ନିଷ୍ଫଳ
ପ୍ରକୃତିର ଏ ଦିବ୍ୟ ସତ୍ତାକୁ
ମିଳିବ ନିଶ୍ଚେ ମୂଲ
ତା ଚରାଭୂଇଁ ହେବ ସୁରକ୍ଷିତ
ନଥିବ କିଛି ଦକା
ଗବେଷଣାଗାର ହେଲେ ପ୍ରତିଷ୍ଠା
ହେବ ସେ ଜଗତଜିତା ।