STORYMIRROR

sudhakar sethi

Others

3  

sudhakar sethi

Others

ଲାଗୁଛି କିଛି ଭଲ

ଲାଗୁଛି କିଛି ଭଲ

1 min
234

ବାଲେଶ୍ୱରିଆ କଥାରେ ପକା

ହେଲେଣି ଏକଯୁଟ

କବି ବୈଜ୍ଞାନିକ ଶିଳ୍ପୀ ଲେଖକ

ବଢେଇଛନ୍ତି ହାତ


ନେତା ମନ୍ତ୍ରୀଏ ଦେଲେଣି କଥା

ତୁମ ସହ ଆମେ ଅଛେ

ପ୍ରଶାସନ ବି କଡ ମୋଡୁଛି ଦେଖ

ଆଖିରେ ସପନ ଦିଶେ


ବିରଳ ପ୍ରଜାତି କଙ୍କଡା ପାଇଁ

 ଆସୁଛି ଖୁସିର ଦିନ

ତାର ସୁରକ୍ଷା ବିକାଶ ପାଇଁ

 ସଭିଏଁ ଚଳ ଚଞ୍ଚଳ


ସଚେତନ କରିବା ପାଇଁ ଦେଖ

 ଦେଲାଣି କିଏ ରକ୍ତ

ସଭିଙ୍କ ହାତରେ ବାନ୍ଧିଣ ରାକ୍ଷୀ

 ନେଲେଣି କିଛି ଶପଥ


ଶିଳ୍ପୀ ତାର ତୁଳୀ ମୂନରେ 

ଦେଖେଇ ଲାଣି ସ୍ୱପ୍ନ 

କବିର କବିତା କହୁଛି ଦେଖ

କରନି ମନ ଦୁଃଖ


ଏ ମହାମିଳନ ହେବନି ବ୍ୟର୍ଥ 

ହେବନି କେବେ ନିଷ୍ଫଳ 

ପ୍ରକୃତିର ଏ ଦିବ୍ୟ ସତ୍ତାକୁ

ମିଳିବ ନିଶ୍ଚେ ମୂଲ 


ତା ଚରାଭୂଇଁ ହେବ ସୁରକ୍ଷିତ

ନଥିବ କିଛି ଦକା 

ଗବେଷଣାଗାର ହେଲେ ପ୍ରତିଷ୍ଠା

ହେବ ସେ ଜଗତଜିତା ।



Rate this content
Log in