STORYMIRROR

jyotsna mayee panda

Others

3  

jyotsna mayee panda

Others

କୁଷ୍ମାଣ୍ଡ

କୁଷ୍ମାଣ୍ଡ

1 min
241

ସୂର୍ଯ୍ୟ ସମ ସେଇ ଗୋଲକ ପିଣ୍ଡରୁ... 

ଜାତ ହେଲ ପୁଣି ତୁମେ.... 

ଦୁଃଖ ନିବାରିଣୀ ସୌଭାଗ୍ୟଦାୟିନୀ.. 

ମାତା କୁଷ୍ମାଣ୍ଡ ଗୋ ତୁମେ.... 

ରୁପ କାନ୍ତିରେ ତ ଦିବ୍ୟ ଆଭା ପୁଣି... 

ଅନାହତ ଚକ୍ରେ ଉଭା.... 

ତ୍ରିନେତ୍ରରୁ ମାଆ ସର୍ଜନା ଯେ କଲ.... 

ବ୍ରହ୍ମl, ବିଷ୍ଣୁ, ମହେଶ୍ୱର.... 

ମହାକାଳୀ, ମହାଲକ୍ଷ୍ମୀ, ସରସ୍ୱତୀ... 

ସେ ନେତ୍ରୁ ରଚନା କଲ.... 

ଦ୍ରୁମ ଵିଲୋଚନୀ ତୁ ଖଡ୍ଗ ଧାରିଣୀ..... 

ମାଆ ଗୋ ତୁ ଭଗବତୀ..... 

ସୂର୍ଯ୍ୟ ତେଜେ ତୁହି ଆବିର୍ଭୂତା ମା... 

ଦିବ୍ୟ ଜ୍ୟୋତି ଝଟକୁଛି..... 

ତୁମେ ଶକ୍ତିରୂପା, ତୁମେ ଜ୍ଞାନରୂପା... 

ଅଟ ପୁଣି ନାରାୟଣୀ.... 

ଐଶ୍ୱର୍ଯ୍ୟ, ସମ୍ପଦ, ଜ୍ଞାନ ବୁଦ୍ଧି ପୁଣି....

ଅଷ୍ଟଭୁଜା ତୁମେ ସିଦ୍ଧି ପ୍ରଦାୟିନୀ... 

ତୁମେ ଶିବଙ୍କ ଘରଣୀ... 

ତୁମେ ମାଆ କାତ୍ୟାୟିନୀ.... 

ତୁମେ ଶକ୍ତି ପ୍ରଦାୟିନୀ..... 

ତୁମେ ତ ଜଗତଜନନୀ.... 

ତୁମେ ମାଆ ଅଟ ଭବାନୀ..... 

ତୁମେ ମଙ୍ଗଳକାରିଣୀ..... 

ତୁମେ ମାଆ ଆଦିଜନନୀ.... 

ତୁମେ ବିଷ୍ଣୁ ପାଟରାଣୀ.... ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍