କୁରଙ୍ଗୀ ନୟନା
କୁରଙ୍ଗୀ ନୟନା
ମକର ରଜନୀ ଦିନାନ୍ତ ରେ ପୁଣି
ହସେ ମୋ ଚନ୍ଦ୍ରବଦନୀ
ମୁକୁତା ଝରଇ କୁସୁମ ଫୁଟଇ
ଓଠରୁ ବହଇ ବାଣୀ I
ମଧୁ ବରଷଇ କୋକିଳ ଶୁଣଇ
ପ୍ରିୟାର ସଂଗୀତ ଗାନରେ
ଲାଜେଇ ଯାଏ ଲାଜକୁଳୀ ଲତା
ତା ରାଜ ହଂସିନୀ ଚାଲିରେ I
ବଧୂଲି ଅଧର ହଳଦୀ ରଙ୍ଗରେ
ହସଇ କୁରଙ୍ଗୀ ନୟନା
ସୁନେଲୀ ବନର ଗହନ କେଶରେ
ଚହଟଇ ମଲ୍ଲୀ ବାସନା I
ପଦ୍ମ ପାଖୁଡା ଫୁଟି ପଡୁଥାଇ
ଗୋଲାପୀ ଗୋଲାପୀ ପାଦରେ
ରତି ଦେବୀ ଆହା ଊଣା ପଡିଯାନ୍ତି
ପାପୁଲିର ନାଲି ରଙ୍ଗରେ I
ଚାନ୍ଦ ଲୁଚିଯାଏ ତାରା ଲିଭିଯାଏ
କାଢ଼ିଲେ ଗୋଡ ମୋ ପ୍ରିୟତମା
ଫିକା ପଡ଼ିଯାଏ ଫଗୁଣର ରଙ୍ଗ
ହୁଅଇ ବସନ୍ତ ବାଟବଣା I
ପ୍ରିୟା ମୋ ଅଟଇ ବହୁତ ଡଉଲ
ହେବେ ନାହିଁ କେହି ତାଙ୍କ ସରି
ଜନମି ଥିଲେ ପ୍ରିୟା ମୋ ସେଦିନ
ମଲେ ଯେବେ ଲକ୍ଷେ ସୁନ୍ଦରୀ I
ବାଣୀମଞ୍ଜୁଳ ଡ଼ଃ ସମୀର କୁମାର ନନ୍ଦ
ମୋବାଇଲ ନଂ 9437218917
ଇମେଲ drsamir.2015@gmail.com
