STORYMIRROR

Prasanta kumar Hota

Others

3  

Prasanta kumar Hota

Others

କୁଞ୍ଜେ  କୁଞ୍ଜ ଲତା ମୁହିଁ

କୁଞ୍ଜେ  କୁଞ୍ଜ ଲତା ମୁହିଁ

1 min
148

କୁଞ୍ଜବନ ଶୋଭା ଆସନ୍ତେ ଶ୍ରୀ ରାଧା 

କଳା କାହ୍ନୁ କଲେ କେଳି

କଟିରେ ଯା ଠାଣି ମୁଖ କଞ୍ଜେକ୍ଷଣି

କୋଟି କାମକଳା ବୋଳି। 


ଆହା କି ସୁନ୍ଦର ସେ ଶୋଭା ଶିରୀ କି

ଦେଖ ବେଣୁଧାରୀ ତା ଶୋଭା ପାଣିକି 

ପୁଲକେ ହୃଦୟ ବୋହି 

ଯୋଡି କରପୁଟ କହେ ନିଷ୍କପଟ 

କୁଞ୍ଜେ କୁଞ୍ଜ ଲତା ମୁହିଁ। 


କଞ୍ଜ ନୟନକୁ ତା ବାଙ୍କ ଚାହାଣୀ 

କୁଞ୍ଜ ହୃଦୟକୁ ଜିଣି

କରୁଥାଏ ବସି ପ୍ରତୀକ୍ଷା ସେ ନିତି

ଆସିବେକି ରାଧାରାଣୀ। 


ଶିରରେ କିରୀଟ ଦେଖି ଦେଖୁଥିବ

ଶ୍ରୀ ପାଦ ଧରି ସେ ମୁକତି ଲଭିବ 

ପାଇଲେ କିଙ୍କିଣୀ ନାଦ

ଦେଖିବ ମସ୍ତକେ ତା ଶୋଭା କଳାପ 

କୁଞ୍ଜ ବନେ କୁଞ୍ଜ ଭାଗ୍ୟ। 


କେତେ କୁରୁବିନ୍ଦ କିରୀଟରେ ତାର

ତା ତେଜ ଶୋଭାରେ ରହି

କୋଉସ୍ତୁଭ ମଣି ଶୋଭାରେ ହୃଦୟ

କୁଞ୍ଜବନ ଦେଖେ ମୋହି। 

କେତେ କୋମଳ ସେ ଶ୍ରୀପାଦ କାହ୍ନାର

ତାଠାରୁ କୋମଳ ରାଧାଙ୍କ ପୟର

ଛନ୍ଦା ଛନ୍ଦି ଠିଆ ହୋଇ 

କୁରଙ୍ଗ ନୟନେ ଦେଖୁଥିବେ ରାଧା

କାହ୍ନାରସ ଯିବେ ପିଇ। 


କେତେ ଭାଗ୍ୟ ତାର କୁଞ୍ଜ କାନନର 

ଅମୃତ ଦର୍ଶନ ଲଭି 

କମନୀୟ କାନ୍ତି କମଳାଙ୍କ ଜ୍ୟୋତି 

ରାଧାକୃଷ୍ଣ ସଙ୍ଗେ ସଖୀ

କଦମ୍ବ ମୂଳରେ କୃତାର୍ଥ ଠାଣିରେ 

କମ୍ବୁପାଣି କଳା କେଶ ମଧ୍ୟେ କେକୀ

ପୁଲକେ ହୃଦୟ ବୋହି 

ଯୋଡି କରପୁଟ କହେ ନିଷ୍କପଟ 

କୁଞ୍ଜେ କୁଞ୍ଜ ଲତା ମୁହିଁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍