କୁନି ପରୀ
କୁନି ପରୀ
କୁନି ଓଠ ଧାରେ ଖିଲି ଖିଲି ହସ
ମନକୁ ମୋହିତ କରେ
ରୁଣୁଝୁଣୁ ପାଦେ ଠୁକୁ ଠୁକୁ ଚାଲି
ଘରେ ଆନନ୍ଦ ଲହରୀ ଭରେ
ଖନେଇ ଖନେଇ କଥା ରେ ତାର
କେତେ ମିଠା ଭରିଥାଏ
ତା କୁନି ଓଠ ରେ ମା ଡାକିଦେଲେ
ଦିନଯାକ ବ୍ୟଥା ସରେ
ତାର ସେ କୋମଳ ନିଷ୍ପାପ ମୁହଁ ରେ
ଇଶ୍ଵର ଙ୍କୁ ମୁଁ ଦେଖେ
ପ୍ରତି ମୂହୁର୍ତ୍ତ ମୁଁ ତା ଶୁଭ ମନାସି
ପ୍ରଭୁ ଙ୍କ ପାଖେ ଦୀପ ଟି ଏ ଜାଳୁଥାଏ
ତା ର ସେ ଅଳି ଅର୍ଦ୍ଦଳି ରାଗ ରୁଷା ରେ
ମୁଁ ମୋ ପିଲାଦିନ ଜୀଉଁଥାଏ
ବଢୁଥାଏ ସେ ଯେତିକି ଯେତିକି
ତା ଭିତରେ ମୁଁ ମୋ ନିଜ କୁ ଖୋଜେ
ମୋ ଭାବନା ଭିତରେ ବୁଣିଚାଲି ଥାଏ
ଆଶା ସବୁ ଢେଉ ଭାଙ୍ଗେ
ଝିଅ ଏବେ ବଡ଼ ହେଇ ଗଲାଣି
ସଭିଏଁ କହନ୍ତି ହେଲେ ମା କ'ଣ
କହିପାରେ ତା କୁନି ପରୀ ବଢିଲା ବୋଲି
ଝିଅ ଏବେ ପର ହବ ବୋହୁ ହେବ କାର
ସତରେ କ'ଣ ଝିଅ ପର ହୁଏ କେବେ
ଏ ଅଗଣା ର ଫୁଲ ମହକିବ
ଆଉ କାହା ଅଗଣାରେ
କି ବିଚିତ୍ର ସଂସାର ନିୟମ ଆହା
ନିଜ ଦେହର ଛାଇ କୁ ଏବେ ନିଜ ଠାରୁ
ଅଲଗା କରିବା କୁ ହେବ
ତାକୁ ଛାଡ଼ିବାକୁ ହେବ ମା ର ପଣତ କାନି
ଆଉ ଏକ ସୁନ୍ଦର ଦୁନିଆ ଗଢ଼ିବା ର ଶିକ୍ଷା ଦେଇ।।
ସୁନିତା ବାରିକ
