STORYMIRROR

Sunita Barik

Others

5.0  

Sunita Barik

Others

କୁନି ପରୀ

କୁନି ପରୀ

1 min
340


କୁନି ଓଠ ଧାରେ ଖିଲି ଖିଲି ହସ

ମନକୁ ମୋହିତ କରେ

ରୁଣୁଝୁଣୁ ପାଦେ ଠୁକୁ ଠୁକୁ ଚାଲି

ଘରେ ଆନନ୍ଦ ଲହରୀ ଭରେ

ଖନେଇ ଖନେଇ କଥା ରେ ତାର

କେତେ ମିଠା ଭରିଥାଏ

ତା କୁନି ଓଠ ରେ ମା ଡାକିଦେଲେ

ଦିନଯାକ ବ୍ୟଥା ସରେ

ତାର ସେ କୋମଳ ନିଷ୍ପାପ ମୁହଁ ରେ

ଇଶ୍ଵର ଙ୍କୁ ମୁଁ ଦେଖେ

ପ୍ରତି ମୂହୁର୍ତ୍ତ ମୁଁ ତା ଶୁଭ ମନାସି

ପ୍ରଭୁ ଙ୍କ ପାଖେ ଦୀପ ଟି ଏ ଜାଳୁଥାଏ

ତା ର ସେ ଅଳି ଅର୍ଦ୍ଦଳି ରାଗ ରୁଷା ରେ

ମୁଁ ମୋ ପିଲାଦିନ ଜୀଉଁଥାଏ

ବଢୁଥାଏ ସେ ଯେତିକି ଯେତିକି

ତା ଭିତରେ ମୁଁ ମୋ ନିଜ କୁ ଖୋଜେ

ମୋ ଭାବନା ଭିତରେ ବୁଣିଚାଲି ଥାଏ

ଆଶା ସବୁ ଢେଉ ଭାଙ୍ଗେ

ଝିଅ ଏବେ ବଡ଼ ହେଇ ଗଲାଣି

ସଭିଏଁ କହନ୍ତି ହେଲେ ମା କ'ଣ

କହିପାରେ ତା କୁନି ପରୀ ବ‌ଢିଲା ବୋଲି

ଝିଅ ଏବେ ପର ହବ ବୋହୁ ହେବ କାର

ସତରେ କ'ଣ ଝିଅ ପର ହୁଏ କେବେ

ଏ ଅଗ‌ଣା ର ଫୁଲ ମହକିବ

ଆଉ କାହା ଅଗଣାରେ

କି ବିଚିତ୍ର ସଂସାର ନିୟମ ଆହା

ନିଜ ଦେହର ଛାଇ କୁ ଏବେ ନିଜ ଠାରୁ

ଅଲଗା କରିବା କୁ ହେବ

ତାକୁ ଛାଡ଼ିବାକୁ ହେବ ମା ର ପଣତ କାନି

ଆଉ ଏକ ସୁନ୍ଦର ଦୁନିଆ ଗଢ଼ିବା ର ଶିକ୍ଷା ଦେଇ।।

ସୁନିତା ବାରିକ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍