STORYMIRROR

Smrutirekha Acharya

Others

3  

Smrutirekha Acharya

Others

କୁନି ଆଖି ତାର କେଡେ ନିସ୍ଵାର୍ଥପର

କୁନି ଆଖି ତାର କେଡେ ନିସ୍ଵାର୍ଥପର

1 min
229

ଏ ସ୍ୱାର୍ଥପର ଦୁନିଆରେ

ଶିଶୁ ଏକା ଅବୋଧ

ଅଜ୍ଞାନ ତିମିର ରେ କରେ

ସଭିଙ୍କୁ ପରା ବହୁ ନିଜର


ନାହିଁ ଲୋଭ ତାର

ଜାଣେନା ସେ ସ୍ୱାର୍ଥ

ସେ ପରା ଖୁସିର

ଏକ ମାତ୍ର ଉତ୍ସ


ନୁହେଁ ସେ ଧନ ରତ୍ନ

ନୁହେଁ ସେ ମଣି ମାଣିକ୍ୟ

ବାଲ୍ୟ ଅବସ୍ଥାରେ ତା ଖେଳ କୁଦ

ଦିଅଇ ସ୍ୱର୍ଗ ସୁଖ ଆନନ୍ଦ


ଜାଣେନା ସେ ଝଡ ଝଞ୍ଜା

ବୁଝେନି ସେ ଦୁଃଖ କଷ୍ଟ

ଦିଅଇ ଅମାପ ଖୁସି

ପୁରି ଜାଏ ବାପା ମା ଙ୍କ ଅନ୍ନ ଥାଳି


ଶତ ଦୁଃଖ ଭିତରେ

ସେ ଏକା ଆଶାର ବାଡ଼ି

ଯନ୍ତ୍ରଣା ଭିତରେ ସେ କାମ କରେ

ଉପଯୁକ୍ତ ଔଷଧି ପରି


ନାହିଁ ତାର ପର ଅପର ଭାବ

ସେ କରେ ଅବୁଝା ଝଅଟ

ଖୋଜେ ସେ ସ୍ନେହ ର ପଣତ

ଝୁଲି ବାକୁ ସାରା ରାତି ଦିନ


ଜହ୍ନ ଠୁ ଶୀତଳ ତା କୁନି ହାତ ପାପୁଲି

ଗେଲ୍ହା ରେ ଆଉଁସି ଦିଏ ଯେବେ ମା ର ମୁଣ୍ଡ

ମା କି ଜାଳେ ତାର ଖୁସିର ଦୀପାଳି

ଭୁଲି ଦଶ ମାସ ଦଶ ଦିନ ଗର୍ଭ କଷ୍ଟ


ନାହିଁ ତାର ଜିତିବାର ଇଛା

କରେନା ସେ ହିଂସା

ନିଜ ମୁଁହେଁ ହସ ଭରି

ହୁଏ ସଭିଙ୍କ ନିଜର ଭାରି


ଏତେ ବଡ଼ ଦୁନିଆରେ

ଗୋଟେ କାନ୍ଦର ଆବାଜ

ସଭିଙ୍କ ଜୀବନେ ଖୁସି ଭରି ଦିଏ

ସେ ପରା ଏନ୍ତୁଡ଼ି ଶାଳରେ କୁଆଁ କୁଆଁ ଡାକ

ସେ ରାବ ନଶୁଭିଲେ

ଭାରି ବେସ୍ତ ପରିବାର ପରିଜନ l


ଅଜା ଆଇ ପିଠିରେ

ଚଢେ ଯେବେ ସେମାନଙ୍କୁ ଘୋଡା କରି

ଆଉ ଦାଦା ପିଇସିଙ୍କ ଆଣ୍ଠୁରେ

ଖେଳେ ଯେବେ ଗୁଗୁ ପାଞ୍ଚି

ଘର ଫାଟି ଯାଏ ଆନନ୍ଦ ଉଲ୍ଲାସେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍