STORYMIRROR

Bijaya Panda

Others

3  

Bijaya Panda

Others

କୁହୁଡ଼ିର ଚାଦର

କୁହୁଡ଼ିର ଚାଦର

1 min
484

ଲମ୍ବା ଲମ୍ବା ପାହୁଣ୍ଡ ପକାଇ

ପଉଷ ଶୀତ ରାତି

କ୍ରମେ ବୟସ୍କ ହୁଏ,

ଅନିଚ୍ଛା ସତ୍ତ୍ୱେ ବି,

ସ୍ରଷ୍ଟା ଯେମିତି ସୃଷ୍ଟିକୁ

ବନ୍ଦ କୋଠରୀରେ ବାନ୍ଧି ଦିଏ ॥୧


ତୁହିନ ଶୀତଳ ରାତି

ପୃଥିବୀର ଫୁଙ୍ଗୁଳା ଦେହକୁ

ଯେମିତି ଜାବୁଡି ଧରେ ।

ଟୋପା ଟୋପା କାକର ବିନ୍ଦୁର

ଶୀତଳ ସ୍ପର୍ଶରେ

ଅସହିଷ୍ଣୁ କମ୍ପନ ଭରେ

କାକର ଜୁଡୁବୁଡୁ ଜହ୍ନ

ଭାସମାନ ଦୂର ଆକାଶରେ ॥୨


ଶୀତ ରାତିର ଶେଷ ପ୍ରହର

ଆତ୍ମା ଗରିମା ଦେଖାଇ

ଅବଶେଷ ଛାଡିଯାଏ..

କୁହୁଡିର ଚାଦରରେ,

ଧରାପୃଷ୍ଟକୁ ଢାଙ୍କି ଦିଏ ॥ ୩


କୁହୁଡିର ବଳୟ

ଆନ୍ଦୋଳନରେ ବ୍ୟସ୍ତ

ରୋକିବାକୁ ସଂସାରର ରଥ

ଶୀତ ସକାଳର ସୁନେଲି କିରଣ

ଭରିଦିଏ ଉଷ୍ଣତା

କୁହୁଡ଼ିର ହଜେ ସତ୍ତା ॥ ୪


ନାହିଁ ଡର ଏବେ,

ଶେଷ ପ୍ରହରକୁ

ଚଳ ଚଞ୍ଚଳ ରାସ୍ତାଘାଟ

ଏବେ ଲମ୍ବିଯାଉଛି ଆଗକୁ

ଆହୁରି ଆଗକୁ ॥ ୫          


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍