STORYMIRROR

Bunee Tripathy

Others

3  

Bunee Tripathy

Others

କୁହୁଡି

କୁହୁଡି

1 min
170

ହଜିଯିବାକୁ ଚାହିଁ ମଧ୍ଯ

ହଜିପାରି ନଥିଲି

ଖୋଜିବାକୁ ଇଚ୍ଛା କରିମଧ୍ଯ

ଖୋଜିବାର ବାଟ ପାଉ ନଥିଲି

ମୋ ଚାରିପଟେ

କୁହୁଡିର ଆସ୍ତରଣ

ଆଉ ମୁଁ

ହଜିଯାଇଛି ତାରି ଭିତରେ


ଲାଗେ ଆଜି ସତେ ଯେମିତି

ଭସ୍ମ ବିଭୁଷିତା ପୃଥିବୀ

ରୁକ୍ଷ ହୋଇଯାଇଛି।

ନିଜର ସବୁଜିମା ର ସୌନ୍ଦର୍ଯ୍ଯ

ହରାଇ ସେ ଆଜି ରୁକ୍ଷ

ତେଣୁ

ଭସ୍ମ ର ଆସ୍ତରଣରେ

ସେ ହଜେଇଦେବାକୁ ଚାହେଁ

ନିଜର ଅସ୍ତିତ୍ବକୁ

କୁହୁଡିର ଆଛାଦନରେ

ଆଛାଦିତ ହେବ ମହୀ,

ଲୁଚେଇ ଲୁଚେଇ ଢେର କନ୍ଦିଛି

ହେଲେ ଛଳନାର ମୁଖା ପିନ୍ଧି

ସେ ହସିବାର ଅଭିନୟ କରୁଛି।


କୁହୁଡି ରେ ହଜିଲେ ବି

ମନ ଖୋଜୁଥାଏ ତୁମକୁ

ସେହି କାକରରେ ଭିଜିଭିଜି

ଥରୁଥିବା ଦେହଟି

ଖୋଜେ ଖାଲି

ତୁମ ଆଲିଙ୍ଗନ।

ତୁମ ବାହୁର ଉଷୁମ ପରଶେ

ହରାଇ ଦେବାକୁ ଚାହେଁ

କାକରର କୁହୁଡିକୁ।

ତା ଛାତିଚିରି ତୁମକୁ

ପାଇବାର ଉନ୍ମାଦନା

ମୋତେ ଫେରାଇ ଆଣିବ

ସେହି ସ୍ଥାନକୁ

ଯେଉଁଠି ତୁମେ ଥିବ

ଆଉ ମୁଁ

ଏଇ କୁହୁଡି ତ

ଲେଖିବ

ଆମ ମିଳନର

ଅମର ଗଘତିକା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍