କୁହୁଡି
କୁହୁଡି
ହଜିଯିବାକୁ ଚାହିଁ ମଧ୍ଯ
ହଜିପାରି ନଥିଲି
ଖୋଜିବାକୁ ଇଚ୍ଛା କରିମଧ୍ଯ
ଖୋଜିବାର ବାଟ ପାଉ ନଥିଲି
ମୋ ଚାରିପଟେ
କୁହୁଡିର ଆସ୍ତରଣ
ଆଉ ମୁଁ
ହଜିଯାଇଛି ତାରି ଭିତରେ
ଲାଗେ ଆଜି ସତେ ଯେମିତି
ଭସ୍ମ ବିଭୁଷିତା ପୃଥିବୀ
ରୁକ୍ଷ ହୋଇଯାଇଛି।
ନିଜର ସବୁଜିମା ର ସୌନ୍ଦର୍ଯ୍ଯ
ହରାଇ ସେ ଆଜି ରୁକ୍ଷ
ତେଣୁ
ଭସ୍ମ ର ଆସ୍ତରଣରେ
ସେ ହଜେଇଦେବାକୁ ଚାହେଁ
ନିଜର ଅସ୍ତିତ୍ବକୁ
କୁହୁଡିର ଆଛାଦନରେ
ଆଛାଦିତ ହେବ ମହୀ,
ଲୁଚେଇ ଲୁଚେଇ ଢେର କନ୍ଦିଛି
ହେଲେ ଛଳନାର ମୁଖା ପିନ୍ଧି
ସେ ହସିବାର ଅଭିନୟ କରୁଛି।
କୁହୁଡି ରେ ହଜିଲେ ବି
ମନ ଖୋଜୁଥାଏ ତୁମକୁ
ସେହି କାକରରେ ଭିଜିଭିଜି
ଥରୁଥିବା ଦେହଟି
ଖୋଜେ ଖାଲି
ତୁମ ଆଲିଙ୍ଗନ।
ତୁମ ବାହୁର ଉଷୁମ ପରଶେ
ହରାଇ ଦେବାକୁ ଚାହେଁ
କାକରର କୁହୁଡିକୁ।
ତା ଛାତିଚିରି ତୁମକୁ
ପାଇବାର ଉନ୍ମାଦନା
ମୋତେ ଫେରାଇ ଆଣିବ
ସେହି ସ୍ଥାନକୁ
ଯେଉଁଠି ତୁମେ ଥିବ
ଆଉ ମୁଁ
ଏଇ କୁହୁଡି ତ
ଲେଖିବ
ଆମ ମିଳନର
ଅମର ଗଘତିକା ।
