STORYMIRROR

SUKANTA KHANDA

Others

3  

SUKANTA KHANDA

Others

କୁହୁଡି଼

କୁହୁଡି଼

1 min
144

ଏଇ କେତେ ଦିନ ହେଲା ପରିପୂର୍ଣ୍ଣ କୁହୁଡି଼ ପଡୁଛି

ଅତି ନିକଟରୁ କାହାକୁ ଦେଖିବା ସମ୍ଭବ ବି ନୁହେଁ

ବହଳ ଧୂମାୟିତ ଏ ବାଷ୍ପ

ଗୋଟେ କାକର ପରି ଅହେତୁକ ଟିପିଟିପି ବର୍ଷା

କୁଆଡେ଼ ଯିବାକୁ ମନା ନା

ଘରେ ବସିଲେ ହିଁ ତୃପ୍ତ ।


ସେ ଦିନ ସକାଳୁ ବାହାରକୁ ଗଲି

ହୃଦୟରେ ଛନକା କି

ଶ୍ବାନ ଆଉ ଶୃଗାଳଙ୍କ ଭୟ

କିନ୍ତୁ ଶୌଚତା ସକାଶେ ଯିବାକୁ ପଡି଼ଲା।


ମୁଁ ତରତର ହେଉଥିଲି 

କୋରି ଖାଉଥିଲା ଅଜ୍ଞତାର ଚିହ୍ନ

ଗୋଟେ ଅଚିହ୍ନା ଇଲାକାରେ

କେମିତି ଭ୍ରମିବି?


ହଠାତ୍ କିଏ ଜଣେ ଟେକିନେଲା

ଆଉ ଝୁଣିଦେଲା ସାଇତା ଧନକୁ

ଖିନଭିନ୍ ମୋ ହୃଦୟ 

ପୋଡି଼ ଯାଉଥିଲା ତାଳରୁ ତଳିବା।


ତାର ହାତ,ପାଦ ଓ ଅବୟବ

ପୂରା ଘୋଡ଼ଣି

ଯେମିତି ଶଙ୍ଖ କି ଗେଣ୍ଡାର ଜୀବନ।


ମୁଁ ପାକୁପାକୁ ତା ବାହୁ ବନ୍ଧନରେ

ଯେମିତି ଜାଲ ଭିତରେ ମାଛ

କେମିତି ମୁକ୍ତିର ପଥେ ଚାଲିଯିବି

ମୋତେ କିନ୍ତୁ ବୁଦ୍ଧି ବି ହେଲାନି

ନିଲଠା ଲୋକକୁ ଚିହ୍ନିବା।


ଆଜି ଅନ୍ତସତ୍ତ୍ବା ଛଅ ମାସର

ଗୋଟେ ଅବିବାହିତାର ଏ ଚିତ୍କାର

ସେଇ ଘର କୁହୁଡି଼ ନେସି ହୋଇଗଲି

କଳଙ୍କିନୀ ଚିତ୍ରଟିଏ

ଯାହା ଆଜି ହାଟରେ ଘାଟରେ ଗଡି଼ବି

ଯଦିଓ କିଣି ନେବାକୁ 

କେହି ବି ଆଗେଇ ଆସିବେ ନା

ଶୁଭ ଦୃଷ୍ଟିରେ ଚାହିଁବେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍