କୁହ ବାପା କେଉଁ ସ୍ୱାର୍ଥରେ?
କୁହ ବାପା କେଉଁ ସ୍ୱାର୍ଥରେ?
ବାପା,ତୁମେ ଦୁଇ ଅକ୍ଷର ପଢି ନାହଁ,
ମାତ୍ର ମୋତେ ସାହେବଟି ହେବାର ପାଠ ପଢେଇଛ,
ବିଦ୍ଯାଳୟ ବାରଣ୍ଡା ନ ମାଡି ସୁଦ୍ଧା,
ବିଦ୍ଯାଳୟ ଯିବାପାଇଁ ପ୍ରେରଣା ଦେଇଛ।
କୁହ କେଉଁ ସ୍ୱାର୍ଥରେ?
ଏ ସବୁ କରୁଥିଲ ଗୋଟେ ପରେ ଗୋଟେ,
ଗାଆଁ ଦାଣ୍ଡରେ ଛାତିକୁ ଫୁଲେଇ ଚାଲିବାରେ।୦।
ବାପା ତୁମ ଭଲ କି ଧୋତି କି ଲୁଙ୍ଗି ଖଣ୍ଡେ ବି ପିନ୍ଧନାହିଁ,
ମାତ୍ର ମୋତେ ସାହେବ ପୋଷାକ ପିନ୍ଧେଇ ଦେଇଛ,
ନୂଆ ଗାମୁଛାଟି ନ ପିନ୍ଧି ସୁଦ୍ଧା,
ନୂଆ ନୂଆ ପିନ୍ଧିବାର ଅଭ୍ଯାସ କରେଇଛ।
କୁହ କେଉଁ ସ୍ୱାର୍ଥରେ?
ନିତି ମୋତେ ଦେଉଥିଲ ଗୋଟେ ପରେ ଗୋଟେ,
କଣ ନିଜ ପିଲାଙ୍କୁ ଅନ୍ଯ ଆଗରେ ଭଲ କରିବାର ବାହନାରେ।୧।
ବାପା,ନିଜେ ଭଲ କି ଭଲ ଦି ମୁଠା ଖାଇ ନାହଁ,
ମାତ୍ର ମୋତେ ଭଲ ଭଲ ଦ୍ରବ୍ଯ ନିଇତି ଖୁଆଇଛ,
ପାଟିର ସୁଆଦକୁ ମାରି ସୁଦ୍ଧା,
ନୂଆ ଖାଦ୍ଯ ଖୁଆଇ,ତୁମେ ଖାଇବାର ମଜା ନେଇଛ।
କୁହ କେଉଁ ସ୍ୱାର୍ଥରେ?
ନିଇତି ବଜାର ଧାଇଁ, ଖାଦ୍ଯ ଖୁଆଉଥିଲ ଗୋଟେ ପରେ ଗୋଟେ,
କଣ ନିଜ ପିଲାଙ୍କୁ ଭଲରେ ରଖି ନିଜେ ଭଲ ଅନୁଭବ କରିବାରେ।୨।
ବାପା,ନିଜେ ଭଲ ଘର ଖଣ୍ଡେରେ ରହି ନାହଁ,
ମାତ୍ର ମୋ ପାଇଁ ପ୍ରାସାଦଟି ଗାଁ ମୁଣ୍ଡରେ ତୋଳି ଦେଇଛ,
ଘରେ ରହିବାର ଅଭିଳାସ ଥାଇ ସୁଦ୍ଧା,
ମୋର ରହିବା ପାଇଁ ଯୋଜନାଟି କରି ଦେଇଛ।
କୁହ କେଉଁ ସ୍ୱାର୍ଥରେ?
ମୁଣ୍ଡ ଝାଳ ତୁଣ୍ଡରେ ମାରି ସପନ ଦେଖୁଥିଲ ଗୋଟେ ପରେ ଗୋଟେ,
କଣ ନିଜ ପୁଅର ସାହେବ ପଣିଆ ବଞ୍ଚାଇବା ଲକ୍ଷ୍ଯରେ।୩।
ବାପା,ନିଜେ ଗାଆଁ ମାଟି ଛାଡି ବାହାରକୁ ଯାଇନାହଁ,
ମାତ୍ର ମୋତେ ବିଦେଶ ଛାଡିବାର ସ୍ୱପ୍ନ ଦେଖଇଛ,
ବୁଲାବୁଲି କରିବାର ଅଭିଳାଷ ଥାଇ ସୁଦ୍ଧା,
ମୋର ବିଦେଶ ଯାତ୍ରା ପାଇଁ ସବୁ ଜମି ବାଡି ବିକି ଦେଇଛ।
କୁହ କେଉଁ ସ୍ୱାର୍ଥରେ?
ଆଖିର ଲୁହ ଓ ଛାତିର କୋହକୁ ଚାପି ଦେଉଥିଲ ଗୋଟେ ପରେ ଗୋଟେ,
କଣ ତମ ବାପା ପଣିଆର ମୂଲ୍ଯକୁ ବଞ୍ଚାଇ ରଖିବାରେ।୪।
ନରେନ୍ଦ୍ର ସାହୁ ,ଡଭାର,ଗଂଜାମ।
