କୁଆଁରୀ ବର୍ଷା
କୁଆଁରୀ ବର୍ଷା
ବର୍ଷା ! ତାେ ଶୀତଳ ସ୍ପର୍ଶରେ
ଭିଜେଇ ଦେ, ରଂଗେଇ ଦେ, ହଜେଇ ଦେ
କୁଆଁରୀ ମନ ମାେର ନାଚି ଉଠୁ
ଟିପ୍ ଟିପ୍ ତାେ ପହିଲି ବର୍ଷା ପାଣିରେ ।
ମାଟି ଗନ୍ଧରେ ଫୁଟିଯାଉ ଶତଧଳ ପଦ୍ମ
ବାଜିଉଠୁ ଶୁଭ ଶଂଖ ହୃଦୟର ନିବିଡତାରେ
ଛୁଉଁ ଥିବି ଯେବେ ତାେତେ ମାେର କୁଆଁରୀ ପାପୁଲିରେ
ଆପଣାର ଆପଣାର ଲାଗୁଥିବୁ ହୃଦୟ କନ୍ଦର ରେ ।
ଖେଳୁଥିବି ନୈାକାର ଖେଳ
ମିଛ ନାୈକାରେ
ସତର ଆହୁଲା ମାରି
ଡେଇଁଯିବି ନଦୀକନ୍ତ ସେପାର ।
ଅନୁଭବି ତାେତେ
ଝରିପଡୁ ଅଶ୍ରୁ କେଇଧାର
ଦୁଃଖର ଲୁହ ବି ମିଶିଯାଉ
ନିର୍ମଳ ଜଳରେ ତାେର ।
ଝଡିଯିବି ସବୁ ରାତ୍ରୀ ପାଇଁ
ଝରିବ ଯଦି ଶ୍ରାବଣର ଧାର
ମାଟିର ଅତଳ ଗର୍ଭରେ ଲୀନ ହେବି
ସହିବି କେବଳ ପାଦର ଦରଜ ।