କଥା
କଥା
1 min
194
କଥା ଏମିତିକା
କ୍ଷତାକ୍ତ କରଇ
ହୃଦୟ ପଞ୍ଜରେ ପଶି,
ଧନୁ ତୀର ଯେହ୍ନେ
ଖସିଗଲେ ଥରେ
ଜୀବନ ଦିଅଇ ନାଶି l
ଦେହ କ୍ଷତ ସିନା
ଭରିଯାଏ ଦିନେ
ହୃଦୟ କ୍ଷତ କି ଭରେ,
ଶରୀର ଛାଡିଲେ
ଆତ୍ମା ବି ଭୁଲେନି
ରହିଥିଲେ ଯେଉଁ ପୁରେ l
ଗୋପନରେ ଝରେ
ବୁନ୍ଦା ବୁନ୍ଦା ଅଶ୍ରୁ
କେହି ପାରେନାହିଁ ଦେଖି,
ଜଳିଯାଏ ହୃଦ
କୁହୁଳି କୁହୁଳି
ଦୀର୍ଘଶ୍ୱାସ ଏକା ସାକ୍ଷୀ l
କହିବନି ବନ୍ଧୁ
କଠୋର ବଚନ
ଜଜିଯିବା ପରି ମନ
ଦୟା, ସ୍ନେହ, ପ୍ରେମ
ସେବା ମମତାରେ
ବାନ୍ଧିବା ସଂସାର ଜନ l