STORYMIRROR

Maitreyee Kamila

Others

3  

Maitreyee Kamila

Others

କଥା ଥିଲା

କଥା ଥିଲା

1 min
47


କଥା ଥିଲା ରାତି ସରିବା ଯାଏ

ଜହ୍ନଟା ଠିକ ଝରକା ସେପଟେ ରହିଥିବ ।

ବୁଢ଼ୀମା ଗପରୁ ସରିନଥିବ 

ଶେଷ କଥା।

ଚାଳ ଉପରେ ଆଉଜା ସିଡ଼ି 

ଆଉ ସିଡ଼ି ଉପରେ ଜହ୍ନ,

ସଂଜରେ ଆମ ଗହୀର ବିଲରେ ପୁଳାଏ ସାଇତା ସ୍ମୃତି, 

ତାଳଗଛ ଉପରେ ଆଉ ଏକ ରୂପା ଥାଳି ପରି ଜହ୍ନ

ଉତାରି ଆଣିଛି କିଏ ଆକାଶଠୁ ।

 ରାତିର କୁହୁକ ପଣ ଝରୁଛି,

ଗଙ୍ଗଶିଉଳିର ଶୁଭ୍ର ଧାରେ।

 ଭିଜିଥିବ ମାଟି ଘଡା,

ତାରି ଭିତରେ ସାଇତା ପାଣିରେ ଅସୁମାରୀ ସ୍ୱପ୍ନ ,

ଆନ୍ଦୋଳିତ ମହାର୍ଘ୍ୟ ମୁହୂର୍ତ୍ତ,

ଲେଉଟି ଚାହେଁ

ଆଉ ଥରେ ଜହ୍ନକୁ।



Rate this content
Log in